ବଦଳିବେନି ବରଗଡ଼ ଧନୁଯାତ୍ରାର କଂସ । ମଂଚ ଅଭିନେତା ଭୁବନେଶ୍ୱର ପ୍ରଧାନ, ପୁଣି ଚଳିତବର୍ଷ କଂସ ଭୂମିକାରେ ନଜର ଆସିବେ । ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ବସିଥିବା କୋର୍ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆସନ୍ତା ଡିସେମ୍ବର ମାସ ୧୨ ତାରିଖରେ ସ୍ଥାପନ ହେବ ଧନୁଯାତ୍ରାର ଶୁଭ ସ୍ତମ୍ଭ ।
ସେହି ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ରାଜ ଦରବାର । ମହାରାଜ କଂସଙ୍କ ଇଙ୍ଗିତରେ ପରିଚାଳିତ ହେବ ମଥୁରାନଗରୀ । ଧନୁଯାତ୍ରା ନାଁରେ ପ୍ରସ୍ତୁତ ହେବ କପଟ ଯାତ୍ରା । ଦୁନିଆ ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚର ମହାନାୟକ ଭୂମିକାରେ ପୁଣି ନଜର ଆସିବେ ଭୁବନେଶ୍ୱର ପ୍ରଧାନ ।
/kanak/media/post_attachments/wp-content/uploads/2018/11/maxresdefault-1-2-300x169.jpg)
ଚଳିତବର୍ଷ ଧନୁଯାତ୍ରାକୁ ଶୃଙ୍ଖଳିତ ତଥା ସଫଳ କରିବା ପାଇଁ ବଡ ଧରଣର ପ୍ରସ୍ତୁତ ଚଳାଇଛି ଧନୁଯାତ୍ରା କୋର କମିଟି । ଆଉ ଏହାରି ଭିତରେ, ଧନୁଯାତ୍ରାର ଆଦ୍ୟ ପର୍ବ ତଥା ଶୁଭସ୍ଥମ୍ଭ ଆସନ୍ତା ୧୨ ତାରିଖରେ ସ୍ଥାପନ କରାଯିବ । କଳାକାର ଚୂଡ଼ାନ୍ତ ହେବା ପରେ ଏଣିକି ଜୋର ଧରିବ ରିହଲସଲ୍ । ଆଉ ଜାନୁୟାରୀ ୧୧ ତାରିଖରୁ ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲିବ କଂସ ମହାରାଜଙ୍କ ରାଜୁତି ।