କନକ ବ୍ୟୁରୋ : ମୁଁ ବ୍ଲାକ୍ କୋବ୍ରା । ଆଉ କଳାଟଙ୍କା ରଖିପାରିବ ନାହିଁ । ଏମିତି ଏକ ଚିଠି ଲେଖି ଛାଡି ଦେଇଯାଇଛି ଲୁଟେରା । ଏପରକି ତଳେ ଗବର ସିଂ ନାଁରେ ଦସ୍ତଖତ ବି କରିଛି । ଏମିତି ଚିଠି ଚେତାବନୀ ଦିଆଯାଇଛି ବାରଙ୍ଗ ଥାନା ତ୍ରିଶୁଳିଆ ଛକରେ ଥିବା ଏକ ସିମେଂଟ ଓ ରଡ୍ ଦୋକାନର ମାଲିକଙ୍କୁ । ଦୋକାନ ତାଡି ୮୫ ହଜାର ଟଙ୍କା, ମୋବାଇଲ ଲୁଟ୍ ହୋଇଥିବା ବେଳେ ଦୋକାନ ଭିତରେ ଫିଙ୍ଗାଫୋପଡା କରି ଧ୍ୱସ୍ତ କରିଛନ୍ତି ।
ଲୁଟେରାମାନେ ଲୁଟରେ ବ୍ୟବହାର ହୋଇଥିବା ଶାବଳ, ହାତୁଡି, ଗୋଟିଏ ପ୍ୟାଂଟ୍ ଓ ସେମାନେ ବ୍ୟବହାର କରୁଥିବା ମୋବାଇଲ୍ ଛାଡି ଯାଇଛନ୍ତି । ଏହି ଘଟଣା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ସିସିଟିଭିରେ ଥିବା ଫଟୋ ଆଧାରରେ ପୋଲିସ ତଦନ୍ତ କରୁଛି । ବ୍ଲାକ କୋବ୍ରା, ଗବର ସିଂ ପରି ନାଁ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/vlcsnap-2017-08-07-21h01m32s533.png)