ବରଗଡ଼ରେ ଅଭାବନୀୟ ଘଟଣା ! ଗୋଟିଏ ପରିବାରକୁ ବାସନ୍ଦ କରିବା ପାଇଁ ମାଇକରେ ହେଲା ପ୍ରଚାର

40

କନକ ବ୍ୟୁରୋ : ହିସାବ ଦେଇନପାରିବାକୁ ପରିବାର ବାସନ୍ଦ । ବରଗଡର ଘେଁସ ଗାଁର ଗ୍ରାମସଭା ନେଇଛି ଏଭଳି ଅମାନବୀୟ ନିଷ୍ପତି । ସଂପୃକ୍ତ ପରିବାରକୁ ବାସନ୍ଦ କରାଯିବା ସହ ସେମାନଙ୍କ ସହ କେହି କଥା ହେଲେ ୩ଶହ ଟଙ୍କା ଜରିମାନା ଦେବାକୁ ଘୋଷଣା କରାଯାଇଛି । ଏପରିକି ଏନେଇ ଗାଁ ଦାଣ୍ଡରେ ଡାକି ଡାକି ଲୋକଙ୍କୁ ସୂଚନା ଦିଆଯାଉଛି ।

ବରଗଡ ମେଲଛା ମୁଣ୍ଡା ଥାନା ଘେଁସ ଗାଁର ଶ୍ୟାମଲାଲ ସାହୁ ଗ୍ରାମ କମିଟିର ସଭ୍ୟ ଥିବା ସମୟରେ ହିସାବ ଠିକ୍ ଭାବେ ଦେଇପାରିନଥିଲେ । ଏହା ପରେ ଗାଁ ଦାଣ୍ଡରେ ବସିଥିଲା ଗ୍ରାମସଭା । ଶ୍ୟାମଲାଲ ଏବଂ ତାଙ୍କ ପରିବାର ସହ କେହି କଥାବାର୍ତ୍ତା ନକରିବାକୁ ନିଷ୍ପତି ହୋଇଥିଲା । ସେପଟେ ଶ୍ୟାମଲାଲଙ୍କ ପରିବାରକୁ ବାସନ୍ଦ କରାଯିବା ପରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଜିଲ୍ଲାପାଳ ଓ ଏସପିଙ୍କ ଠାରେ ପରିବାର ଅଭିଯୋଗ କରିଛନ୍ତି ।