ବରଗଡରେ ନିଆରା ବିବାହ । ଖୋଲା ମଂଚରେ ଫୁଲମାଳ ଦେଇ ପରସ୍ପରକୁ ବରଣ କରିଛନ୍ତି ୨୨ଜଣ ଯୋଡା । ଜାତି-ଜାତକ-ଯୌତୁକ ବିନା ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଡ. ଆମ୍ବେଦକର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏପରି ନିଆରା ବିବାହର ଆୟୋଜନ କରାଯାଇଥିଲେ । ଏହାସହ ଉପହାର ସ୍ୱରୂପ ନବଦମ୍ପତିଙ୍କୁ ଗୋଟିଏ ଲେଖାଏଁ ଗଛ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବିବାହର ଖୁସି ଏହି ନବଦମ୍ପତିଙ୍କ ମୁହଁରୁ ସ୍ପଷ୍ଟଭାବେ ବାରି ହୋଇପଡୁଥିଲା । କିଏ ମୁରୁକି ହସୁଥିଲା , ପୁଣି ଆଉ କିଏ ଲାଜେଇ ଯାଉଥିଲା ତାର ସାଥି ଆଗରେ । ପରସ୍ପରର ହାତ ଧରି ନାଚଗୀତରେ ହଜି ଯାଇଥିଲେ ଭିନ୍ନ ଏକ ଦୂନିଆରେ । ଯେଉଁଠି ନଥିଲା ଜାତି, ଜାତକ କି ଯୈାତୁକର କୌଣସି ବାଡ ବନ୍ଧ ।
ବିବାହ ଦୁଇଟି ମନର ମିଳନ । ଏହି ଉକ୍ତିଟିକୁ ସତ୍ୟ ପ୍ରମାଣିତ କରିଛନ୍ତି ଏହି ନବ ଦମ୍ପତି । କେବଳ ବରଣମାଳା ଦେଇ ଏମାନେ ନିଜ ନିଜକୁ ବରଣ କରିନେଇଛନ୍ତି ସାରା ଜୀବନ ପାଇଁ ।