ବରଗଡରେ ଚାଂଚଲ୍ୟ ! ଘରେ ପଶି ଭୁଜାଲିରେ ହାଣିିଲେ ୪ମୁଖା ପିନ୍ଧା ଦୁର୍ବୃତ, ସ୍ତ୍ରୀ ମୃତ ଓ ସ୍ୱାମୀଙ୍କ ସହ ତିନି ଗୁରୁତର

172

କନକ ବ୍ୟୁରୋ : ବରଗଡରେ ଚାଂଚଲ୍ୟ । ବିଜେପୁର ଥାନା ଅନ୍ତର୍ଗତ ବୈରକପାଲି ଗାଁରେ ଗୋଟିଏ ପରିବାରକୁ ଘରେ ପଶି ଫିଲ୍ମ ଷ୍ଟାଇଲରେ ଅତର୍କିତ ଆକ୍ରମଣ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏଥିରେ ଜୟଶ୍ରୀ ମେହେର ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ କ୍ଷୀରୋଦ ମେହେର ଓ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଛି । ଆକ୍ରମଣର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ଛାନବିନ ଆରମ୍ଭ କରିଛିା ତେବେ ମିଳିଥିବା ସୂଚନା ଅନୁସାରେ, କାହିଁକି ଓ କିପରି ଭାବରେ ସେହି ପରିବାରକୁ ଆକ୍ରମଣ କରାଯାଇଛି ।

ସେ ସମ୍ପର୍କକେ କୌଣସି ସୂଚନା ମିଳିପାରିନଥିବା ବେଳେ ପୂର୍ବ ଶତ୍ରୁତା କିମ୍ବା ଆଉ କିଛି ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା ଜଣାପଡିନାହିଁ । ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଆକ୍ରମଣ ପରେ ସ୍ଥାନୀୟ ଅଚଂଳରେ ଲୋକମାନେ ଖବର ବିଷୟରେ ଜାଣିବା ପାଇଁ ଭିଡ ଜମାଇଥିଲେ । ବର୍ତମାନ ମଧ୍ୟ ପୋଲିସ ଘଟଣାର ଖବର ସମ୍ପର୍କରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।