ଭୁବନେଶ୍ୱର ବାର କାଉନସିଲ ଜାତୀୟ ସମ୍ମିଳନୀରେ ମୁହାଁମୁହିଁ ପରିସ୍ଥିତି : ଚେୟାରମ୍ୟାନଙ୍କୁ ବାହାର କଲେ ଓକିଲ

28

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଲିଥିବା ବାର କାଉନସିଲ ଅଫ ଇଣ୍ଡିଆର ଜାତୀୟ ସମ୍ମିଳନୀରେ ଆଜି ମୁହାଁମୁହିଁଁ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ମିଳନୀରୁ ବାର କାଉନସିଲ ଅଫ ଇଣ୍ଡିଆର ଚେୟାରମ୍ୟାନ ମନନ ମିଶ୍ରଙ୍କୁ ବାହାର କରିଦେଇଛନ୍ତି ଓକିଲ । ମନନ ମିଶ୍ର ଲ କମିଶନ ଅଫ ଇଣ୍ଡିଆର ସଂଶୋଧନକୁ ସମର୍ଥନ କରିବାକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି । କମିଶନଙ୍କ ସଂଶୋଧନକୁ ଓକିଲମାନେ ବିରୋଧ କରୁଥିବାବେଳେ ଚେୟାରମ୍ୟାନ ଏହାକୁ ସମର୍ଥନ କରୁଛନ୍ତି । ଆଉ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ଓକିଲ । ସମ୍ମିଳନୀରେ ୧୨ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି ।