ନିଯୁକ୍ତି ନେଇ ବ୍ୟାଙ୍କ ଅଫ୍ ବରୋଦାରେ ପ୍ରକାଶ ପାଇଲା ବିଜ୍ଞପ୍ତି ! ତୁରନ୍ତ କରନ୍ତୁ ଆବେଦନ ।

257

ବ୍ୟାଙ୍କ ଅଫ୍ ବରୋଦାରେ ଅନେକ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ନିଯୁକ୍ତିରେ ଲିଗାଲ, ୱେଲଥ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ପଦରେ ଆଶାୟୀ ପ୍ରାର୍ଥୀ ମାନଙ୍କର ଚୟନ କରାଯିବ । ଯଦି ଆପଣ ଏହି ପଦଗୁଡିକ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ ଆବେଦନ କରିବାର ଅନ୍ତିମ ତାରିଖ ପୂର୍ବରୁ ଆପଣ ଆବେଦନ କରିପାରିବେ । ତେବେ ଜାଣନ୍ତୁ ଏହି ସମ୍ପର୍କିତ ଅନ୍ୟାନ୍ୟ ଖବର ।

ନିଯୁକ୍ତି ପ୍ରକ୍ରିୟାରେ ଅନେକ ପଦ ପାଇଁ ପ୍ରାର୍ଥୀ ମାନଙ୍କର ଚୟନ କରାଯିବ । ଯେଉଁଥିରେ ୭୦୦ ପଦ ୱେଲଥ୍ ମ୍ୟାନେଜମେଣ୍ଟ ସର୍ଭିସ (ସେଲ୍ସ) ପାଇଁ ସଂରକ୍ଷିତ ଅଟେ । ଏବଂ ଏହି ପଦ ଗୁଡିକର କାମ ଅନୁସାରେ ପ୍ରାର୍ଥୀ ମାନଙ୍କର ଯୋଗ୍ୟତା ସ୍ଥିର କରାଯିବ । ଏଥିରେ ଆଇନ୍ ଅଧ୍ୟୟନ କରିଥିବା ପ୍ରାର୍ଥୀ ମାନଙ୍କୁ ମଧ୍ୟ ଆବେଦନ କରିବା ପାଇଁ ସୁଯୋଗ ଦିଆଯିବ ।

ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କର ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଏହାର ଅଧିକ ସୂଚନା ଆପଣ ଅଫିସିଆଲ୍ ବିଜ୍ଞପ୍ତିରେ ଦେଖିପାରିବେ । ଏହା ସହ ବ୍ୟାଙ୍କର ନିୟମ ଅନୁଯାୟୀ, ବୟସସୀମାରେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିପାରେ । ଏହି ପଦରେ ଆବେଦନ କରିବା ପାଇଁ ସାଧାରଣ ବର୍ଗରେ ଆଶାୟୀ ପ୍ରାର୍ଥୀ ମାନଙ୍କୁ ୬୦୦ ଟଙ୍କା ଏବଂ ଏସସି ଏସଟି ବର୍ଗରେ ଆଶାୟୀ ମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ୨୬ ଡିସେମ୍ବର ୨୦୧୮ ।