ଦିବା ଆଲୋକରେ ବ୍ୟାଙ୍କ ଲୁଟ୍: କଲେଜ ୟୁନିଫର୍ମରେ ଆସିଲେ, ୪୦ ଲକ୍ଷ ଲୁଟିନେଇ ଚମ୍ପଟ୍ ମାରିଲେ ଦୁବୃର୍ତ୍ତ ।

427

କନକ ବ୍ୟୁରୋ: ଦିବା ଆଲୋକରେ ମାତିଛନ୍ତି ଲୁଟେରା । ବ୍ୟାଙ୍କରେ ବୁଲାଇଦେଲେ କଳାକନା, ଲୁଟିନେଲେ ୪୦ଲକ୍ଷ ଟଙ୍କା । ଏଭଳି କିଛି ଘଟଣା ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଘଟିଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ତ୍ତୁପକ୍ଷ ଓ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କଲେଜ ୟୁନିଫର୍ମ ପିନ୍ଧି ଆସିଥିବା ଦୁର୍ବୃତମାନେ ବ୍ୟାଙ୍କ ଲୁଟି ଫେରାର ହୋଇଯାଇଛନ୍ତି ।

ଏପରିକି ଡକାୟତି କରି ଦୁର୍ବୃତମାନେ ବ୍ୟାଙ୍କର ପଛପଟ ଗେଟ୍ରେ ତାଲା ପକାଇ ଦେଇ ଫେରାର୍ ହୋଇଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ୬ଜଣ ଦୁର୍ବୃତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ୪୦ଲକ୍ଷ ଟଙ୍କା ଡକାୟତି କରି ଫେରାର ହୋଇଯାଇଛନ୍ତି । ସେମାନେ ଗଲା ପରେ ବ୍ୟାଙ୍କରୁ ୪ଟି ବୋମା, ଗୋଟିଏ କଟର ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି ।

ଅନ୍ୟପଟେ ରାଜ୍ୟରେ ଧରେ ଧିରେ ସକ୍ରିୟ ହେବାରେ ଲାଗିଛନ୍ତି ଲୁଟେରା ଗ୍ୟାଙ୍ଗ । କେଉଁଠି ରାଜଧାନୀ ତ କେଉଁଠି ରାଜ୍ୟର ଅନେକ ସହରରେ ସ୍ପଷ୍ଟ ଆଲୋକରେ ବେଧଡକଭାବେ ଲୁଟ୍ ମଚାଉଛନ୍ତି ଲୁଟେରା । ତେବେ ଦିନକୁ ଦିନ ମାତିଚାଲୁଥିବା ଲୁଟେରାଙ୍କୁ ଧରିବା ପାଇଁ ପୋଲିସକୁ ସ୍ୱତନ୍ତ୍ର ରଣନୀତି ଆପଣାଇବାକୁ ପଡ଼ିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।