ବାଲେଶ୍ୱରର ବାଣେଶ୍ୱର ଶୈବପୀଠ । ଭୋଳାନାଥଙ୍କ ଆରାଧନା ପାଇଁ ଅସୁର ବଣାସୁର କରିଥିଲା ଶିବଲିଙ୍ଗ ସ୍ଥାପନ, ସେବେଠାରୁ ଅର୍ବିଭାବ ନେଇଛନ୍ତି ବାବା ବାଣେଶ୍ୱର ।

144

କନକ ବ୍ୟୁରୋ: ଦେବ ଦେବ ମହାଦେବଙ୍କ କୃପା ଯାହା ଉପରେ ଥାଏ ସେ ଅସାଧ୍ୟ ସାଧନ କରିପାରେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । ଯାହା କିମ୍ବଦନ୍ତୀ କହେ ଯୁଗ ଯୁଗ ଧରି ଭୋଳନାଥଙ୍କୁ ଆରାଧନା କରିବା ପାଇଁ ବିଭିନ୍ନ ସ୍ଥାନରେ ଅସୁର ହେଉ କି ଦେବତା ମହାଦେବଙ୍କ ଲିଙ୍ଗ ସ୍ଥାପନ କରିଥିଲେ । ସେହିପରି ବ।ଣାସୁର ସ୍ଥାପନ କରିଥିବା ଶିବଲିଙ୍ଗ ଯାହାକି ପରବର୍ତ୍ତୀ ଯୁଗରେ ପତାଳରୁ ଆବିର୍ଭୁତ ହୋଇଥିବା ବାବା ବାଣେସ୍ୱର ମହାଦେବ ଯାହାଙ୍କ ନାମାନୁସାରେ ବାଲେଶ୍ୱର ନାମିତ ବୋଲି କଥିତ ଅଛି । ପ୍ରତ୍ୟକ୍ଷ ଦେବତା ତଥା ମନସ୍କାମନା ପୂରଣ ହେଉଥିବା ବିଶ୍ୱାସ ନେଇ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଭକ୍ତ ।

କିମ୍ବଦନ୍ତୀ କୁହେ ଦ୍ଵାପର ଯୁଗରେ ବାଣାସୁର ଯିଏ କି ଜଣେ ଶିବ ଭକ୍ତ ଥିଲେ ବାରୁଣଙ୍କ ଠାରୁ ଅନୁମତି ନେଇ ବାଲେଶ୍ୱରରେ ପାଞ୍ଚଟି ସ୍ଥାନରେ ଶିବଲିଙ୍ଗ ସ୍ଥାପନ କରି ପୂଜା କରୁଥିଲେ । ସେଥିମଧ୍ୟରୁ ବାବା ବାଣେସ୍ୱର । ପତାଳରୁ ଆସିଥିବା ରୁ ତାଙ୍କୁ ପାତ।ଳୀ ଠାକୁର ମଧ୍ୟ କୁହାଯାଏ । କଳି ଯୁଗରେ ଲଙ୍ଗଳ କରୁଥିବା ସମୟରେ ଲଙ୍ଗଳ ମୁନ ବାଜିଥିଲା ଶିବଲିଙ୍ଗରେ ଆଉ ଆଜିବି ସେ ଚିହ୍ନ ରହିଛି । ସ୍ୱପ୍ନାଦେଶ ପରେ ଜନୈକ ବ୍ରାହ୍ମଣ ଆଜିକି କେଉଁ ଯୁଗରୁ ମହାଦେବଙ୍କୁ ପୂଜା କରି ଆସୁଛନ୍ତି । କୁହାଯାଏ ବାଣେଶ୍ୱରଙ୍କ ନାମ ଅନୁସାରେ ବାଲେଶ୍ୱର ନାମିତ ଆଉ ବାଲେଶ୍ୱରକୁ ସବୁ ବିପଦରୁ ବାବା ବାଣେଶ୍ୱର ଘଣ୍ଟ ଘୋଡେଇ ରଖିଛନ୍ତି ବୋଲି ଆଜି ବି ବିଶ୍ୱାସ ରହିଛି ।

ଯଦି ନଜର ପକେଇବା ଯେତେ ବଡ ବଡ ଦୈବୀ ଦୁର୍ବିପାକ ସବୁ ହେଇଛି ବାଲେଶ୍ୱର ସବୁଥିରୁ ବର୍ତୀ ଯାଇଛି । ଏତେ ମାନ୍ୟତା ଥିବା ମନ୍ଦିର ଆଜିବି ସେଇ ପୁରୁଣା ଢଙ୍ଗରେ ରହିଛି।ମନ୍ଦିରକୁ ଲାଗି ରହିଥିବା ପୋଖରୀରେ କେବେ ପାଣି କମେନି।କୁହାଯାଏ ବୁଢା ବଳଙ୍ଗ ନଈ ଓ ସମୁଦ୍ର ସହ ଗୁପ୍ତ ସଂଯୋଗ ରହିଛି।ବାବାଙ୍କର ପୂଜା ସବୁଦିନ ଯଥା ନୀତିରେ ହେଉଥିବା ବେଳେ ମହାଶିବରାତ୍ରି ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ପୁରୁଣା ବାଲେଶ୍ୱର ରେ ଥିବା ଏହି ମନ୍ଦିରର ସେତେଟା ଉନ୍ନତି କାରଣ ହୋଇନଥିବା ବେଳେ ଯାତ୍ରୀଙ୍କ ଯିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ରେଳଷ୍ଟେସନରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଏହି ପ୍ରତିଷ୍ଠିତ ମନ୍ଦିରର ପୁନରୁଦ୍ଧାର ନହେଲେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯିବାର ସମ୍ଭାବନା ରହିଛି । ତଥାପି ମନସ୍କାମନା ନେଇ ଆଜିବି ଅନେକ ଦୂରରୁ ଏଠାକୁ ଧାଇଁ ଆସୁଛନ୍ତି ଭକ୍ତ ।