ମାଟିରେ ମିଶିବ ବାନା ବାବାଙ୍କ କଳକୀ ଆଶ୍ରମ : ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ ଜାରି

37

କୋଣାର୍କ : ମାଟିରେ ମିଶିବ କୋଣାର୍କ ବାନା ବାବାଙ୍କ ଆଶ୍ରମ । ଆଜି ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ କରୁଛି ପ୍ରଶାସନ । ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ୪ଟି ବୁଲଡୋଜର ମାଧ୍ୟମରେ ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ କରି ବାନା ବାବା କରିଥିବା କଳକୀ ଆଶ୍ରମର ଉଚ୍ଛେଦ ଜାରି ରହିଛି । ଗତକାଲି ପ୍ରଶାସନ ଯଜ୍ଞକୁଣ୍ଡ ଘରକୁ ଭାଙ୍ଗିଥିଲା। ଉଚ୍ଛେଦ ବେଳେ ପୁଲିସ-ସମର୍ଥକ ଧସ୍ତାଧସ୍ତି ହୋଇଥିଲେ ।  ପୁରୀ ଅତିରିକ୍ତ ଏସପି, ନିମାପଡା ଡିଏସପି,ଗୁଇନ୍ଦା ବିଭାଗ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରୁଛନ୍ତି । ସେପଟେ ପ୍ରଶାସନର ଉଚ୍ଛେଦ କାମକୁ ବିରୋଧ ବି ଜାରି ରହିଛି । ବାବାଙ୍କ ସମର୍ଥକ ଖୋାଲାଖୋଲି ପ୍ରଶାସନକୁ ବିରୋଧ କରିଛନ୍ତି । ପୁଲିସ ୨୮ ଜଣ ସମର୍ଥକଙ୍କୁ ଗିରଫ କରିଛି ।