ବାନା ବାବାଙ୍କ ଅଭିଶାପ !

22

କୋଣାର୍କ : ବାନା ବାବାଙ୍କ ଅଭିଶାପ । ପ୍ରଶାସନ ବିରୋଧରେ ଓଗାଳିଲେ ବିଷ । ଆଶ୍ରମ ଭାଙ୍ଗିଥିବା ପ୍ରଶାସନ ସହ ଘଟିବାକୁ ଯାଉଛି ଅଲୌକିକ ଘଟଣା । ଏଭଳି ଅଭିଶାପ ଦେଇଛନ୍ତି ବାନା ବାବା । ବାବାଙ୍କ ବିଶ୍ରାମ ଗୃହ ସାଙ୍ଗକୁ ଯୋଗ ଗୃହ ଏବଂ ଜଳକ୍ରୀଡ଼ା କେନ୍ଦ୍ର ମାଟିରେ ମିଶିଯାଇଛି । ଆଉ ଏସବୁ ଭିତରେ ବାବାଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲୁଖଣ୍ଡ ଅଭୟାରଣ୍ୟରେ ୨୨ ବର୍ଷ ଧରି ୨୨ ଏକର ଜାଗା ମାଡ଼ି ବସି ଆଶ୍ରମରେ ପୂଜା ପାଉଥିଲେ ବାବା । ତୁଳସୀ ଓ ବେଲପତ୍ରରେ ବାବାଙ୍କୁ ପୂଜା କରନ୍ତି ଭକ୍ତ । ଆଜି ବାବା କହିଛନ୍ତି-କେହି ତାଙ୍କୁ ଡରାଇ ପାରିବେ ନାହିଁ କିମ୍ବା ସେ ନପୁସଂକ ନୁହନ୍ତି । ବାବାଙ୍କ ଆଶ୍ରମରେ ସୁଡଙ୍ଗର ସନ୍ଧାନ ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବାବା ।

କୋଣାର୍କ ନିକଟ କଳକୀ ଆଶ୍ରମରେ ବେଆଇନ ଜବରଦଖଲ ଉଚ୍ଛେଦ ଚଳାଇଛି ପ୍ରଶାସନ । ବୁଲଡୋଜର ସାହାଯ୍ୟରେ ଭଙ୍ଗା ଯାଉଛି ବାବାଙ୍କ ବଡ଼ ବଡ଼ ଅଟ୍ଟାଳିକା । ବାବାଙ୍କ ବିଶ୍ରାମ ଗୃହ ସାଙ୍ଗକୁ ଯୋଗ ଗୃହ ଏବଂ ଜଳକ୍ରୀଡ଼ା କେନ୍ଦ୍ର ମାଟିରେ ମିଶିଯାଇଛି । ଚତୁର୍ଥ ଦିନରେ ଆଶ୍ରମ ଭଙ୍ଗା କାର୍ଯ୍ୟ ଜାରି ରହିଥିବା ବେଳେ ବାବାଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ସହ ବାନା ବାବାଙ୍କ ଗୁପ୍ତ ସୁଡଙ୍ଗ