ବିଦାୟ ବାଳିକାବଧୂ

87

ବାଲିକା ବଧୁର ଆନନ୍ଦୀଙ୍କ ଆତ୍ମହତ୍ୟା । ଲୋକପ୍ରିୟ ଟେଲି ସିରିଏଲ ଅଭିନେତ୍ରୀ ପ୍ରତୁ୍ୟଷା ବାନାର୍ଜୀ ଆତ୍ମହତ୍ୟା କରିଛନ୍ତି  । ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ଲୋକପ୍ରିୟ ଧାରାବାହିକ ବାଲିକା ବଧୁରେ ଆନନ୍ଦି ଭୁମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ପୁରୁଷ ବନ୍ଧୁ ରାହୁଲ ରାଜଙ୍କ ସିଂହଙ୍କ ସହ କିଛି ମନାନ୍ତର କାରଣରୁ ସେ ଏଭଲି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । କଲର୍ସ ଚ୍ୟାନେଲରେ ପ୍ରସାରିତ ମେଗା ସିରିଏଲ ବାଲିକା ବଧୁରେ ପ୍ରଥମେ ନଜର ଆସିଥିଲେ ପ୍ରତୁ୍ୟଷା । ଏହାପରେ ତାଙ୍କୁ ରିଆଲିଟି ଶୋ ବିଗବସ୍ ସିଜିନ-୭ରେ ମଧ୍ୟ ଦେଖିବାକୁ ମିଲିଥିଲା   । ପ୍ରତ୍ୟୁଷାଙ୍କ ଆତ୍ମହତ୍ୟାରେ ଏକପ୍ରକାର ନୀରବ ହୋଇଯାଇଛି ଭାରତୀୟ ଟେଲି ଇଣ୍ଡଷ୍ଟ୍ରି  । ସେପ୍ଣଙ୍କ ଆତ୍ମହତ୍ୟା ପଛରେ ଅନ୍ୟ କିଛି କାରଣ ଥିବା ଶୁଣାଯାଉଛି ଇଣ୍ଡଷ୍ଟ୍ରିରେ  । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ବିଦାୟ ବାଳିକାବଧୂ  ।

pratyushaଆଉ ଶୁଭିବନି ତାଙ୍କ କୋହଭିଜା ଗଳାର କାନ୍ଦ କାନ୍ଦ କଥା  । ଦେଖିବାକୁ ମିଳିବନି ପରିବାର ସଦସ୍ୟଙ୍କ ଓଠରେ କେମିତି ବୁଣି ହୁଏ ଚୁନା ଚୁନା ହସ ଫୁଲ  । କାରଣ ଆଜି ପରପାରିରେ ବାଳିକାବଧୂ । ଗ୍ଲାମର ଇଣ୍ଡଷ୍ଟ୍ରିର ଚୁଲବୁଲ୍ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜି କରିଛନ୍ତି ଆତ୍ମହତ୍ୟା  । ମିଳିଥିବା ସୂଚନା ମୁତାବକ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାକୁ ନେଇ ସେ ବେକରେ ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା  । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କୋକିଳାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତି କରାଯାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଗ୍ଲାମର ଗଳିର ଏହି ସୁପରିଚିତ କଳାକାରଙ୍କ ଆତ୍ମହତ୍ୟାରେ ଶୋକର ଲହରି ଖେଳିଯାଇଛି ଟେଲି ଇଣ୍ଡଷ୍ଟ୍ରିରେ  ।

ବାଳିକାବଧୂ ଟେଲି ଧାରାବାହିକ ଜରିଆରେ ପ୍ରତ୍ୟୁଷା ଏଂଟ୍ରି ନିଅନ୍ତି ଇଣ୍ଡଷ୍ଟ୍ରିରେ । ଏହି ଧାରାବାହିକ ତାଙ୍କୁ ପହଂଚାଏ ଲୋକପ୍ରିୟତାର ଶୀର୍ଷରେ । ଏହାପରେ ଏକାଧିକ ଧାରାବାହିକ ଜରିଆରେ ପ୍ରତ୍ୟୁଷା ହାସଲ୍ କରନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ନିଜର ସରଳ ସୁନ୍ଦରତା ଓ ନିଖୁଣ ଅଭିନୟ ଜରିଆରେ ସେ ବନିଯାନ୍ତି ଜଣେ ପରିଚିତ ସେଲିବ୍ରିଟି । ପାୱାର୍ କପୁଲ୍ ପରି ରିୟାଲିଟି ସୋ ଜରିଆରେ ପ୍ରତ୍ୟୁଷା ଦେଖାନ୍ତି ନିଜର ଭିନ୍ନ ଅନ୍ଦାଜ୍ । ପ୍ରତ୍ୟୁଷା ସଫଳ ହୁଅନ୍ତି ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରିବାରେ ।

ଗ୍ଲାମର ଇଣ୍ଡଷ୍ଟ୍ରି । କେତେବେଳେ ଷ୍ଟାରଡମ୍ ହରେଇବା କାରଣରୁ ସେଲିବ୍ରିଟି ବାଛି ନିଅନ୍ତି ଆତ୍ମହତ୍ୟାର ବାଟକୁ । ପୁଣି କେତେବେଳେ ବ୍ୟକ୍ତିଗତ କାରଣରୁ ନିଅନ୍ତି ଆତ୍ମହତ୍ୟାର ଚରମ ନିଷ୍ପତି । ଗ୍ଲାମର୍ ଇଣ୍ଡଷ୍ଟ୍ରିରେ ଯେତେ ପର୍ଯ୍ୟନ୍ତ ଚାଲେ କଳାକାରର ସିକ୍କା ସେତେ ପର୍ଯ୍ୟନ୍ତ ମିଳେ ଟଙ୍କା ପଇସା ନାମ ସୋହରତ ସବୁକିଛି । ଥରେ କ୍ୟାରିୟର୍ ଗାଡ଼ି ଅଟକିଗଲେ ସବୁକିଛି ଉଭେଇଯାଏ ଆଖି ପିଛୁଳାକେ । ଏହି କାରଣରୁ ଅନେକ ସେଲିବ୍ରିଟି ଆତ୍ମହତ୍ୟା କରିବାକୁ ଉଚିତ ଭାବନ୍ତି । ତେବେ ପ୍ରତ୍ୟୁଷାଙ୍କ କାହାଣୀ ସେଭଳି ନଥିଲା । କାରଣ ହାତରେ ଥିଲା ଏକାଧିକ ପ୍ରୋଜେକ୍ଟ । ଏକାଧିକ ଅପକମିଂ ପ୍ରୋଜେକ୍ଟ ପାଇଁ ମଧ୍ୟ ସେ ଚୁକ୍ତିବଦ୍ଧ ଥିବା ଶୁଣାଯାଉଛି । ଯଦି ଏ କଥା ସତ ତେବେ ପ୍ରତ୍ୟୁଷା କେଉଁ କାରଣରୁ ନେଲେ ଆତ୍ମହତ୍ୟାର ଚରମ ନିଷ୍ପତି ? ନଜର ପକାଇବା ଗ୍ଲାମର୍ ଗଳିର ସେଭଳି କିଛି ବହୁଚର୍ଚ୍ଚିତ ଆତ୍ମହତ୍ୟା ଉପରେ ।

Jia Khan

ନିଶବ୍ଦ ସୁନ୍ଦରୀ ଜିୟା ଖାନ୍  । ଇଣ୍ଡଷ୍ଟ୍ରିରେ ଏଂଟ୍ରି କରୁ କରୁ ଆସିଯାନ୍ତି ଲାଇମ୍ ଲାଇଟକୁ  । ହିନ୍ଦୁସ୍ତାନୀ ଅଡ଼ିୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି ଏହି ପାକ୍ ସୁନ୍ଦରୀ  । ତେବେ ପ୍ରେମଜନିତ କାରଣରୁ ଆତ୍ମହତ୍ୟା କରନ୍ତି ଜିୟା ଖାନ୍  । ସେଲିବ୍ରିଟି ସୁଇସାଇଡ୍ର ଆଉ ଏକ ଉଦାହରଣ ହେଉଛନ୍ତି ସିଲ୍କ ସ୍ମିତା  । ସାଉଥ୍ ସେନସେସନ୍ ଭାବେ ନାଁ, ସୋହରତ, ଷ୍ଟାରଡମ୍ ହାସଲ୍ କରିଥିବା ସିଲ୍କ ହାସଲ୍ କରିଥିଲେ ଅସମ୍ଭବ ଲୋକପ୍ରିୟତା  । ତେବେ ଅବସାଦ Kuljeet Randhawaଜନିତ କାରଣରୁ ବାଛିଥିଲେ ଆତ୍ମହତ୍ୟାର ବାଟ  । ତାରକା ଆତ୍ମହତ୍ୟାର ଆଉ ଏକ ଉଦାହରଣ ହେଉଛନ୍ତି ଗୁରୁଦତ  । ଇଣ୍ଡଷ୍ଟ୍ରିକୁ ଏକାଧିକ ସଫଳ ସିନେମା ଭେଟି ଦେଇଥିବା ନାୟକ ଗୁରୁଦତ ପ୍ରେମଜନିତ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା  । ଆତ୍ମହତ୍ୟା କରିଥିବା ଆଉ ଜଣେ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ନଫିସା ଜୋଶେଫ୍  । ଫ୍ୟାଶନ୍ ଦୁନିଆରେ ଢେର୍ ନାଁ କମାଇଥିବା ନଫିସା ବ୍ୟକ୍ତିଗତ କାରଣରୁ କରିଥିଲେ ଆତ୍ମହତ୍ୟା  । ସେହିପରି ଲୋକପ୍ରିୟ ମଡେଲ ତଥା ଅଭିନେତ୍ରୀ କୁଲଜିତ୍ ରନ୍ଧାୱା ମଧ୍ୟ ବ୍ୟକ୍ତିଗତ କାରଣରୁ ନେଇଥିଲେ ଆତ୍ମହତ୍ୟାର ଚରମ ନିଷ୍ପତି । ଏବେ ପ୍ରତ୍ୟୁଷା ବାନାର୍ଜି କରିଛନ୍ତି ଆତ୍ମହତ୍ୟା  ।

gurudutt

nafisa-joseph

Silk_Smitha

ଷ୍ଟାର୍ ଷ୍ଟାଇଲ୍ ଷ୍ଟାରଡମ୍ । ଉପରୁ ଯେତେ ଚିକମିକ୍ ଦେଖାଯାଏ ଭିତରେ ତାହା ନୁହଁ । ଏହି କାରଣରୁ ଅନେକ ଆସନ୍ତି ଏଠାକୁ ନିଜ ସ୍ୱପ୍ନର ପସରା ନେଇ । କିଛି ସ୍ୱପ୍ନ ସତ ମଧ୍ୟ ହୁଏ । ହାତ ପାହାନ୍ତାକୁ ଆସେ ନେମ୍ ଫେମ୍ ଓ ଟଙ୍କାପଇସା । ଏ ସବୁ ସତ୍ୱେ ଅକାଳରେ ଝରିଯାଏ ଜୀବନଟିଏ । ଦର୍ଶକ ହରାଇବସନ୍ତି ସେମାନଙ୍କର ପ୍ରିୟ କଳାକାରଙ୍କୁ । ଆଜି ପରପାରିରେ ପ୍ରତ୍ୟୁଷା । ହେଲେ ଦର୍ଶକଙ୍କ ହୃଦୟରେ ପ୍ରତ୍ୟୁଷା ରହିବେ ସବୁଦିନ ପାଇଁ । ପରଲୋକଗତ ପ୍ରତ୍ୟୁଷାଙ୍କୁ ଆମର ଗଭୀର ଶ୍ରଦ୍ଧାଂଜଳି ।