କନକ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଜମୁଥିବା ବେଳେ ପାରାଦୀପର କଳିଙ୍ଗ ବାଲିଯାତ୍ରା ବି ଜମୁଛି । କଳିଙ୍ଗ ବାଲିଯାତ୍ରାର ଚତୁର୍ଥ ସଂଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରବିବାର ସାଙ୍ଗକୁ ଛାଡଖାଇ ଥିବାରୁ ଯାତ୍ରାରେ ପ୍ରବଳ ଗହଳି ଲାଗିଥିଲା । ଫୁଡ ଷ୍ଟଲରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ସହ ପଲିଶ୍ରୀ ମେଳା ବୁଲି ମଜ୍ଜା ଉଠାଉଛନ୍ତି ଦର୍ଶକ ।
ପାରାଦୀପ ସମୁଦ୍ର ବେଳାଭୂମୀ ଯାତ୍ରା ପଡିଆର ସୁନ୍ଦର ଆଲୁଅ ଭିତରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ଗତ କାଲି ଛାଡଖାଇ ସାଙ୍ଗକୁ ରବିବାର ହୋଇଥିବାରୁ ଯାତ୍ରା ବୁଲିବାର ମୌକାକୁ କେହି ଯେମିତି ହାତଛଡା କରିନାହାନ୍ତି । ବେଳାଭୂମୀର ଏହି ବାଣିଜ୍ୟ ମେଳାରେ ପଡିଥିବା ବିଭିନ୍ନ ଷ୍ଟଲରେ ଖାଇବା ସହ ପଲିଶ୍ରୀ ମେଳା ବୁଲି ଘରକରଣା ଜିନିଷ କିଣିବାରେ ମଜି ଯାଇଥିଲେ ସମସ୍ତେ । କାର୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା କଳିଙ୍ଗ ବାଲିଯାତ୍ରା ୭ ଦିନ ଧରି ଚାଲିବ । ଆଉ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ପଲ୍ଲିଶ୍ରୀ ମେଳା ସାଙ୍ଗକୁ ପ୍ରତିଦିନ ସଂଧ୍ୟାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ । ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଖାଦ୍ୟ, ଘରକରଣା ସାମଗ୍ରୀ ମିଳୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମତୁଆଲା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Sequence-1-01453916.jpg)