ବାଲେଶ୍ୱରରେ ଥାଲେସେମିଆ ରୋଗୀଙ୍କୁ ଭୁଲ ରକ୍ତ ଦେବା ଘଟଣା : ଦୋଷ ଢାଙ୍କିବାକୁ ଚାଲିଛି କାଦୁଅ ଫିଙ୍ଗା

42

ବାଲେଶ୍ୱର : ବାଲେଶ୍ୱର ମେଡ଼ିକାଲରେ ଭୁଲ ରକ୍ତ ଦେବା ଘଟଣା ବିବାଦ ଥମିବାର ନାଁ ନେଉନି । ୩ ବର୍ଷର ଥାଲେସେମିଆର ରୋଗୀର ଦେହରେ ହେପାଟାଇଟିସ୍ ସି ଜିବାଣୁ ଥିବା ରିପୋର୍ଟରେ ସ୍ପଷ୍ଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ କିନ୍ତୁ ଦୋଷ ଘୋଡାଇବାରେ ଲାଗି ପଡ଼ିଛନ୍ତି । ଝିଅର ବାପା-ମାଆଙ୍କ ନିକଟରୁ ମଧ୍ୟ ଏହି ଜୀବାଣୁ ଆସିଥାଇ ପାରେବୋଲି ମତ ଦେଇଛନ୍ତି । ଜୀବନରେ କିଛି ଜାଣିବା ଆଗରୁ ଦୁରାରୋଗ୍ୟ ରୋଗ । ପ୍ରଥମେ ଥାଲେସେମିଆ, ଆଉ ଏବେ ଏହି କୁନି ଝଅଟି ଦେହରେ ଚିହ୍ନଟ ହୋଇଛି ହେପାଟାଇଟିସ୍ ସି ଜିବାଣୁ । ବହୁ କଷ୍ଟରେ ପ୍ରତି ୬ ମାସରେ ଥରେ ରକ୍ତ ଦେଉଥିଲେ ବାପା-ମାଆ । ହେଲେ ହେପାଟାଇଟିସ୍-ସି ସଂକ୍ରମିତ ରକ୍ତ, ଝିଅଟି ଦେହରେ ଦିଆଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ଏପଟେ କିନ୍ତୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଭିନ୍ନ ମତ । ବାପା-ମାଆଙ୍କ ନିକଟରୁ ମଧ୍ୟ ଏହି ଭୁତାଣୁ ଆସିଥାଇ ପାରେ ବୋଲି ସଫେଇ ଦେଇଛନ୍ତି ।ମାତ୍ର ଏଠି ପ୍ରଶ୍ନ ଉଠୁଛି-ବାପା-ମାଆଙ୍କ ଠାରୁ ଯଦି ଏହି ଜୀବାଣୁ ଆସିଥାଏ ତାହେଲେ କେବଳ ଗୋଟିଏ ପିଲା କେମିତି ଏହି ରୋଗରେ ଆକ୍ରାନ୍ତ ହେଲା । ଏପଟେ ଝିଅଟି ଦେହରେ ହେପାଟାଇସିସ୍-ସି ଜିମାଣୁ ଚିହ୍ନଟ ହେଲା ପରେ ବଢ଼ି ଯାଇଛି ବାପା-ମାଆଙ୍କ ସମସ୍ୟା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ରୋଗ ବିପଦପୂର୍ଣ୍ଣ ନହେଲେ ମଧ୍ୟ ଅନ୍ୟ ପିଲାଙ୍କଠାରୁ ଦୂରେଇ ରଖିବା ସହ ପିଲାର ଅଇଁଠା କାହାରିକୁ  ନଦେବା ଏବଂ ପିଲାର ନଖରେ କେହି ଯେମିତି କ୍ଷତିଗ୍ରସ୍ତ ନହେବେ ସେଥି ପ୍ରତି ଧ୍ୟାନ ଦିଆଯିବ ଆବଶ୍ୟକ । ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି କହିଛନ୍ତି ବାଲେଶ୍ୱର ଏଡିଏମ୍ଓ ।