ନବୀନଙ୍କ ଡକରା,ବୈଜୟନ୍ତଙ୍କ ପ୍ରତିକ୍ରିୟା ! ବୈଷ୍ଣବ ପରିଡା ଓ ନବୀନ ନନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍

59

କନକ ବ୍ୟୁରୋ: ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡା ଓ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ଡାକି ଆଲୋଚନା କରିବା ନେଇ ଖୁସି ଜାହିର କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଟୁଇଟ୍ କରି ବୈଜୟନ୍ତ କହିଛନ୍ତି ଦଳର ଭଲ ପାଇଁ ସେ ଉଠାଉଥିବା ପ୍ରସଙ୍ଗ ଭଳି ଯେଉଁ ନେତା ମାନେ ପ୍ରସଙ୍ଗ ଉଠାନ୍ତି, ସେହି ନେତାମାନଙ୍କୁ ଦଳର ସଭାପତି ଡାକି ସେମାନଙ୍କ କଥା ଶୁଣିଥିବାରୁ ସେ ବେଶ୍ ଖୁସି ।

ସୋମବାର ବୈଷ୍ଣବ ପରିଡା ଓ ନବୀନ ନନ୍ଦଙ୍କୁ ଡକାଇ ଆଲୋଚନା କରିଥିଲେ ନବୀନ । କିଛି ଦିନ ପୂର୍ବରୁ ଦଳ ଓ ତୃତୀୟ ମହଲାକୁ ନେଇ ସମାଲୋଚନା କରିବା ପରେ ଗତକାଲି ଏହି ଦୁଇ ନେତାଙ୍କୁ ତୃତୀୟ ମହଲାରୁ ଡାକରା ଆସିଥିଲା । ନବୀନଙ୍କ ସହ ଆଲୋଚନା ପରେ ଉଭୟ ନେତା ଦଳକୁ ସୁହାଇବା ଭଳି ମତ ରଖିଥିଲେ ।