ନବୀନଙ୍କୁ ଟାର୍ଗେଟ କରି ଟ୍ୱିଟ୍ କଲେ ବୈଜୟନ୍ତ ! ଲେଖିଲେ, ଦେଖିବାକୁ ଆଗ୍ରହୀ ,କିଭଳି ଆଇନ୍ ଯିବ ତା ବାଟରେ

0

କନକ ବ୍ୟୁରୋ : ମାହାଙ୍ଗା ଅଣ୍ଡାମାଡ ଘଟଣା ପରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଅନେକ ଟ୍ୱିଟ୍ କରିଛନ୍ତି । କିନ୍ତୁ ଆଜିର ଟ୍ୱିଟରେ ବୈଜୟନ୍ତ ସିଧା ନବୀନଙ୍କ ଆଡକୁ ଇସାରା କରିଛନ୍ତି । ଲେଖିଛନ୍ତି, ଆଇନ୍ କିଭଳି ତା ବାଟରେ ଯାଉଛି ସେ ଦେଖିବା ପାଇଁ ଚାହୁଁଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ଆଇନ୍ ତା ବାଟରେ ଯିବ ବୋଲି ବୟାନ ଦିଅନ୍ତି । ତେଣୁ ମାହାଙ୍ଗା ଅଣ୍ଡାମାଡ ଘଟଣାରେ ପୋଲିସ କଣ ପଦକ୍ଷେପ ନେବ, ସେ ନେଇ ପ୍ରଶ୍ନ କରି ବୈଜୟନ୍ତ ଜାଣିବାକୁ ଚାହିଁଛନ୍ତି , ନବୀନ ଯାହା କୁହନ୍ତି ତାହା କରନ୍ତି ନା ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –

Comments are closed.