ବିଜେପି ପ୍ରତି ବଦଳୁଛି କି ବୈଜୟନ୍ତଙ୍କର ଆଭିମୁଖ୍ୟ? ମୋଦିଙ୍କ ଗସ୍ତର ୨୪ ଘଂଟା ଭିତରେ ଟ୍ୱିଟ ବଢାଇଲା ଚର୍ଚ୍ଚା ।

ଓଡିଶାରେ ବଢୁଥିବା ଅପରାଧ ଓ ଦୁର୍ନୀତି ବିରୋଧରେ କେବଳ କହିଲେ ହେବନାହିଁ ବରଂ ଏହା ଉପରେ କାର୍ଯ୍ୟ କରିବା ଦରକାର ।

1,009

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବେଶ ସକରାତ୍ମକ ବାତାବରଣ ସୃଷ୍ଟି କରାଯାଇଥିଲା । ହେଲେ ଶେଷ ମୁହୁର୍ତ୍ତରେ ବୈଜୟନ୍ତ ବିଜେପିରେ ସାମିଲ ହେବା ନେଇ ନିଷ୍ପତ୍ତି ଚୁଡାନ୍ତ ହୋଇପାରିଲା ନାହିଁ । କୁହାଗଲା, ବୈଜୟନ୍ତଙ୍କୁ ନେଇ ବିଜେପି କ୍ୟାମ୍ପ ସନ୍ଦିହାନ ଥିବାରୁ ତରବରିଆ ଭାବେ କୈାଣସି ନିଷ୍କର୍ସରେ କେନ୍ଦ୍ରୀୟ ବିଜେପି ପହଁଚିବାକୁ ଚାହିଁଲାନି ।
ହେଲେ ଏହାରି ଭିତରେ ବୈଜୟନ୍ତ ପଣ୍ଡାଙ୍କ ଏକ ଟ୍ୱିଟ୍ ଚର୍ଚ୍ଚାକୁ ଆଗକୁ ବଢାଇଛି । ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜର ଓଡିଶା ଲୋକସଭା ଆସନ ସଂକ୍ରାନ୍ତୀୟ ଏକ ସର୍ଭେ ରିପୋର୍ଟ ଅର୍ଥାତ୍ ଦେଶର ମୁଡ୍ ଉପରେ ଚ୍ୟାନେଲ କରିଥିବା ଟ୍ୱିଟ୍ ଉପରେ ନିଜ ମତ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।

ଦୁଃସାହସିକ ଭଳି ଲାଗୁଛି । ଏହା କଣ ସତରେ ହୋଇପାରିବ? ଯଦିଓ ଏଠାରେ ସମ୍ଭାବନା ରହିଛି, ତେବେ ଏହା ଅଟୋପାଇଲଟ ମୋଡରେ ହେବନାହିଁ । ସବୁକିଛି ନିର୍ଭର କରୁଛି ଚ୍ୟାଲେଂଜ ଦେଉଥିବା ବ୍ୟକ୍ତି ସଠିକ ଢଙ୍ଗରେ ଲଢୁଛି କି ନାହିଁ । ଓଡିଶାରେ ବଢୁଥିବା ଅପରାଧ ଓ ଦୁର୍ନୀତି ବିରୋଧରେ କେବଳ କହିଲେ ହେବନାହିଁ ବରଂ ଏହା ଉପରେ କାର୍ଯ୍ୟ କରିବା ଦରକାର ।
ବୈଜୟନ୍ତ ପଣ୍ଡା, ପୂର୍ବତନ ସାଂସଦ

BAIJAYANTAବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ମାପିଚୁପି ବକ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବେଶ ସମୀକ୍ଷା ମଧ୍ୟ କରାଯାଉଛି । ମୋଦିଙ୍କ ରକ୍ଷଣାତ୍ମକ ବକ୍ତବ୍ୟ ୨୦୧୯ ରାଜନୀତି ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ଆଭିମୁଖ୍ୟ ବାତାବରଣକୁ ଉଷ୍ମ କରୁଛି ।

ନିଜ ଟ୍ୱିଟ ମାଧ୍ୟମରେ ବୈଜୟନ୍ତ ପଣ୍ଡା ବିଜେପିକୁ ପରାମର୍ଶ ଦେଇଛନ୍ତି କି? ଏଭଳି ଗୋଟିଏ ଦିଗ ଏବେ ସାମ୍ନାକୁ ଆସୁଛି । ଅର୍ଥାତ୍ ରାଜ୍ୟ ସରକାରଙ୍କ ବିରୋଧରେ ଉଠାଯଉଥିବା ପ୍ରସଙ୍ଗ କେବଳ ବକ୍ତବ୍ୟରେ ରହିଲେ ହେବନାହିଁ ବରଂ ଏହାକୁ କାର୍ଯ୍ୟରେ କରିବାର ଆବଶ୍ୟକତା ଥିବା ପରୋକ୍ଷରେ ବୈଜୟନ୍ତ ବିଜେପିକୁ ଚେତାଇ ଦେଇଛନ୍ତି କି?
ଏହାରି ଭିତରେ ଯେଉଁ ଦିଗ ସବୁଠାରୁ ବଡ ଦିଗ ଭାବେ ଉଭା ହେଉଛି ତାହା ହେଲା, ବିଜେପିରେ ବୈଜୟନ୍ତ ସାମିଲ ହେବା ପାଇଁ କଣ ରାସ୍ତା ଧୀରେ ଧୀରେ ବନ୍ଦ ହେଉଛି କି? ଯେଉଁଥିପାଇଁ ବୈଜୟନ୍ତ ଏଭଳି ଉକ୍ତି ରଖିଛନ୍ତି । ନା, ଏହା ପଛରେ ଏକ ସୁଚିନ୍ତିତ ରଣନୀତି ଅଛି । ଅର୍ଥାତ୍, ବିଜେପିକୁ ଆଗକୁ ବଢାଇବାକୁ ନିଜର ପ୍ଲାନ ସୋସିଆଲ ମିଡିଆରେ ବୈଜୟନ୍ତ ରଖୁଛନ୍ତି ।

ବିଜେପି ଓ ବୈଜୟନ୍ତ ଏହି ଦୁଇଟି ଦିଗ ଏବେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାରଣ ବିଜେଡିରୁ ନିଜକୁ ଦୂରେଇ ଦେବା ପରେ ବୈଜୟନ୍ତ ନିଜ ପରବର୍ତ୍ତୀ ରାଜନୈତିକ ଦିଗ କେଉଁ ପାଶ୍ୱର୍କୁ ନେବେ ତାକୁ ନେଇ ସନ୍ଦେହର ବଳୟ ସୃଷ୍ଟି ହୋଇଛି ।