କେନ୍ଦ୍ରାପଡା ପରେ ଆଜି ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସାଂସଦ ବୈଜୟନ୍ତ ପଣ୍ଡା । ବିଜୁ ସମାଧୀ ସ୍ଥଳରେ ଦେଲେ ଶ୍ରଦ୍ଧାଂଜଳୀ

60

କନକ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେବା ପରେ  ଆକ୍ସନ ମୋଡରେ ବୈଜୟନ୍ତ  ପଣ୍ଡା ।  କେନ୍ଦ୍ରାପଡା ଗସ୍ତ ପରେ ଆଜି ପୁରୀ ଯାଇ  ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି  ସାଂସଦ ବୈଜୟନ୍ତ ପଣ୍ଡା ।   ଏହାପରେ ସେ ବିଜୁ ସମାଧିସ୍ଥଳ ଯାଇ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ଏଥିପାଇଁ ସେ ପୁରୀରେ ପହଂଚିଥିଲେ । । ଏହା ପରେ ସେ ତାଙ୍କର ପରବର୍ତୀ ପଦକ୍ଷେପ ନେବେ ।  ଗତ ବୁଧବାରଦିନରେ ବିଜେଡିରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡିରୁ ନିଲମ୍ବିତ ହେବା ପରେ ବୈଜୟନ୍ତ ପଣ୍ଡା ଗତକାଲି କେନ୍ଦ୍ରାପଡା ଯାଇଥିଲେ ।

ନିଜ ସମର୍ଥକଙ୍କ ସହ ସେ ବଳଦେବଜୀଉ ମନ୍ଦିର ଯାଇ ବଳଦେବଙ୍କ ଦର୍ଶନ କରିଥିଲେ । ତାପରେ ସେ କର୍ମୀଙ୍କୁ ସମ୍ବୋଧନ କରିଥିଲେ । ଏହାକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ ହୋଇଥିଲା । ଗତ ବୁଧବାରଦିନ ଦଳ ବିରୋଧୀ କାର୍ୟ୍ୟ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏହା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ସୂଚନାଯୋଗ୍ୟ ଦଳ ବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ବିଜେଡି ଉପ-ସଭାପତି ସୂର୍ୟ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ । ଏଥିସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ । ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ଏହି ରିପୋର୍ଟ ପାଇବା ପରେ ଦଳର ସଭାପତି ଏପରି ଚରମ ନିଷ୍ପତ୍ତି ଗ୍ରହଣ କରିଥିଲେ । ସେପଟେ ଗତକାଲି  ବିଜେଡି ବୈଜୟନ୍ତଙ୍କ ଇସ୍ତଫା  ଦାବି କରିଥିଲା ।