‘କଟ୍ଟପା’ଙ୍କ ପାଇଁ ରିଲିଜ୍ ହୋଇନପାରେ ‘ବାହୁବଳୀ – ୨’! ଖଳନାୟକ ସାଜିଲେ ସତ୍ୟରାଜ୍

33

ସିନେମା ‘ବାହୁବଳୀ – ୨’ କୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । କିନ୍ତୁ ଏହା ଭିତରେ ସିନେମାକୁ ନେଇ ଆସିଛି ଏକ ବଡ ଖବର । କର୍ଣ୍ଣାଟକରେ ରିଲିଜ୍ ହେବନି ଏହି ବହୁ ପ୍ରତିକ୍ଷିତ ସିନେମା । ଆଉ ଏଥିପାଇଁ ଦାୟୀ ଆଉ କେହି ନୁହେଁ ନିଜେ କଟ୍ଟପା । ଅର୍ଥାତ୍ ସିନେମା ରିଲିଜରେ ବାଧକ ସାଜିଛନ୍ତି କଟ୍ଟପା । ତେବେ କଟ୍ଟପା ଚରିତ୍ର ପାଇଁ ନୁହେଁ ଏହି ଚରିତ୍ରରେ ଅଭିନୟ କରିଥିବା କଳାକାର ସତ୍ୟରାଜଙ୍କ ପାଇଁ ରିଲିଜ୍ ହେବନି ‘ବାହୁବଳୀ – ୨’  ।

ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସତ୍ୟରାଜଙ୍କୁ ବିରୋଧ କରି ସିନେମାର ରିଲିଜରେ ରୋକ୍ ଲଗାଇଛନ୍ତି କର୍ଣ୍ଣାଟକର ପ୍ରାୟ ୨୦୦୦ କନ୍ନଡ ସଂଗଠନ । କାବେରୀ ପାଣିକୁ ସେୟାର୍ କରିବା ପାଇଁ ସମସ୍ତ ତାମିଲ୍ କଳାକାର ସ୍ୱର ଉତ୍ତୋଳନ କଲେ । କିନ୍ତୁ ଏନେଇ ସତ୍ୟରାଜଙ୍କ ପଦକ୍ଷେପ ଅପମାନଜନକ ଥିଲା । ସତ୍ୟରାଜ୍ ସଭ୍ୟତାର ସମସ୍ତ ସୀମା ଟପିଯାଇଥିବା ଅଭିଯୋଗ କରିଛନ୍ତି ସମସ୍ତ ସଂଗଠନ । କହିଛନ୍ତି ସତ୍ୟରାଜ୍ କ୍ଷମା ନମାଗିଲେ ସିନେମାକୁ ରିଲିଜ୍ କରଯିବ ନାହିଁ ।

ଏବେ ଚିନ୍ତାରେ ବାହୁବଳୀ ସିନେମାର ନିର୍ଦେଶକ ଏବଂ ପ୍ରଯୋଜକ । କାରଣ ଗୋଟିଏ ରାଜ୍ୟରେ ଯଦି ଏହା ରିଲିଜ୍ ନ ହୁଏ ତେବେ ନିଶ୍ଚିତ ଭାବରେ ବକ୍ସ ଅଫିସ କଲେକ୍ସନ୍ ଉପରେ ପ୍ରଭାବ ପଡିବ ।