କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ଥାନାରେ ମାମଲା । ଭିଜିଲାନ୍ସ ଏସପିଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ । ଏ ନେଇ ଅଭିଯୋଗକୀରିଣୀ କନକ ନ୍ୟୁଜରେ ଅଭିଯୋଗ ଆଣିବା ପରେ ଗଣମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ଶ୍ୱଶୂର ତଥା ଜୟପୁର ଭିଜିଲାନ୍ସ ଏସପି ଶଶୀଭୂଷଣ ମହାପାତ୍ର । ସେପଟେ ସ୍ୱାମୀ, ସ୍ତ୍ରୀଙ୍କ ସପକ୍ଷରେ ବାହାରିଥିଲେ । ତେବେ ଆଜି କ୍ୟାମେରା ସାମ୍ନାରେ ଶାଶୂ–ଶ୍ୱଶୂର ପୁଅ ବୋହୂଙ୍କୁ ନେଇ ବଡ ଧରଣର ପାରବାରିକ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଯେଉଁଠି ଟଙ୍କା ଦେଣନେଣ ସହିତ ନିର୍ଯାତନାର ବି ଅଭିଯୋଗ ହୋଇଛି ।
ଜୟପୁର ଭିଜିଲାନ୍ସ ଏସପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବୋହୂ ଆଣିଲେ ନିର୍ଯାତନା ଅଭିଯୋଗ
/kanak/media/post_attachments/wp-content/uploads/2019/12/DAMDAR.jpg)