ଚରିତ୍ର ପଛର ଚେହେରା ! ଜାଣନ୍ତୁ ‘କାଲକେୟ’ର ଅସଲ କାହାଣୀ

94

ଦୀର୍ଘ ଦିନର ଅପେକ୍ଷା ପରେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ସିନେମା ବାହୁବଳୀ – ୨ । ରିଲିଜ୍ ପରେ ପରେ ଦେଖାଦେଇଛି ବାହୁବଳୀ ସୁନାମୀ । ଆଉ ସମସ୍ତଙ୍କୁ ମିଳିଯାଇଛି ଉତ୍ତର ‘କଟ୍ଟପ୍ପା ବାହୁବଳୀଙ୍କୁ ମାରିଲେ କାହିଁକି’ । ତେବେ ବାହୁବଳୀ – ୧ର ସମସ୍ତ ଚରିତ୍ର ବାହୁବଳୀ – ୨ରେ ନଜର ଆସିଛନ୍ତି । ଯଦି କେହି ନାହିଁ ସେ ହେଉଛି ଖଳନାୟକ ‘କାଲକେୟ’ । କାରଣ ‘କାଲକେୟ’ର ଭୂମିକା ପ୍ରଥମ ଭାଗରେ ହିଁ ସରିଯାଇଥିଲା । ତେବେ ବାହୁବଳୀର ଏହି ଖଳନାୟକ ବିଷୟରେ ଶୁଣିଲେ ଆପଣଙ୍କ ଲୋକଟାଙ୍କୁରୀ ଉଠିବ ।

କାଲକେୟକୁ ଦେଖିଲେ ଲାଗେ ସେ ନିଶ୍ଚୟ କୌଣସି ଅଲଗା ଦେଶର ବାସିନ୍ଦା । କିନ୍ତୁ ଏହାର ପ୍ରକୃତ ନାଁ ହେଉଛି ପ୍ରଭାକର । ତେବେ ମଜାଦାର କଥା ହେଉଛି ବାହୁବଳୀେରେ ସେ କହୁଥିବା ଭାଷା ହେଉଛି ତାଙ୍କ ନିଜ ମାତୃଭାଷା । ତେବେ ବାହୁବଳୀରେ କ୍ରୁର ଏବଂ ଭୟାନକ ହୋଇଥିବା ପ୍ରଭାକର ଅସଲ ଜୀବନରେ ଜଣେ ଲାଜୁକୁଳା ସ୍ୱଭାବର ଲୋକ । ଏକ ସାକ୍ଷାତକାରରେ ପ୍ରଭାକର କହିଛନ୍ତି ସେ କେବେ ଅଭିନୟ କରିବେ ବୋଲି ଭାବି ନଥିଲେ । ବରଂ ଜଣେ କ୍ରିକେଟ୍ ଖେଳାଳି ହେବେ ବୋଲି ସ୍ୱପ୍ନ ଦେଖିଥିଲେ । ତେବେ ବେରୋଜଗାର ଭାବରେ ସେ ଦୀର୍ଘ ୬ ବର୍ଷ କଟାଇଥିଲେ ।

ଏହା ପରେ ତାଙ୍କର ନିର୍ଦେଶକ ରାଜାମୌଲୀଙ୍କ ସହ ସିନେମା ମଗଧୀରା ସୁଟିଂ ବେଳେ ଦେଖା ହୋଇଥିଲା । କିଛି ଦିନ ପରେ ରାଜାମୌଲୀ ତାଙ୍କୁ ‘ମର୍ଯ୍ୟାଦା ରମନ୍ନା’ ଅଫର୍ କରିଥିଲେ । ଏହା ପରେ ପ୍ରଭାକର ଆଉ ପଛକୁ ଚାହିଁନାହାନ୍ତି । ପ୍ରଭାକର କହିବା ଅନୁଯାୟୀ ରାଜାମୌଲୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି ।