ଧାରଣାରେ ଆୟୁଷ ଡାକ୍ତର ! ସପ୍ତମ ବେତନ କମିସନ ଲାଗୁ ସହ ସ୍ଥାୟୀ ନିୟୁକ୍ତି ଦାବିରେ ଆନ୍ଦୋଳନ
କନକ ବ୍ୟୁରୋ : ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଆୟୁଷ ଡାକ୍ତର ସଂଘର ବିକ୍ଷୋଭ । ସ୍ଥାୟୀ ନିଯୁକ୍ତି ଦରମା ବୃଦ୍ଧି ଦାବିରେ ୩ ଦିନ ଧରି ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧୪୮୫ଜଣ ଆୟୁଷ ଡାକ୍ତର । ଦୀର୍ଘ ୧୦ ବର୍ଷ ଧରି ଗ୍ରାମାଂଚଳର ସ୍ଥାସ୍ୟସେବା ଯୋଗାଇ ଦେଇଆସୁଛନ୍ତି ଏହି ଡାକ୍ତର । ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ହୋଇନି ବୋଲି କହିଛି ସଂଘ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ସପ୍ତମ ବେତନ କମିଶନ ଲାଗୁ କରିବା ସହ ସମାନ କାମକୁ ସମାନ ଦରମା ଦିଆଯାଉ ବୋଲି ଦାବି କରିଛନ୍ତି । ୨୦୧୫ରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ଡାକ୍ତରମାନେ ୨୫ ହଜାର ଟଙ୍କା ପାଇବେ ବୋଲି ସୁପାରିଶ ହୋଇଥିଲା । କିନ୍ତୁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସଂଘ କହିଛି । ସେହିପରି ସରକାର ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ସଂଘ ଚେତାବନୀ ଦେଇଛି ।