ଅଯୋଧ୍ୟା ମାମଲାକୁ ନେଇ ମୁସଲିମ୍ ପକ୍ଷରେ ସାମ୍ନାକୁ ଆସିଲାଣି ଫାଟ। ସୁପ୍ରିମକୋର୍ଟର ଅଯୋଧ୍ୟା ରାୟ ଆସିବାର ସପ୍ତାହକ ପରେ ଦେଖିବାକୁ ମିଳିଛି ବିରୋଧ। ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିରୋଧରେ ମୁସଲିମ୍ ପକ୍ଷ ପୁନଃବିଚାର ଯାଚିକା ଆବେଦନ କରିବା ନେଇ ନିଷ୍ପତି ନେବାକୁ ବାହାରିବା ସମୟରେ ମୁସଲିମ୍ ପକ୍ଷର ବିଭିନ୍ନ ନେତା ଏଥିରେ ସହମତ ହୋଇନାହାନ୍ତି। ଇକବାଲ୍ ଅନସାରୀ, ମାମଲାର ଅନ୍ୟତମ ପକ୍ଷ ଫିରିଙ୍ଗି ମାହାଲି ମୁସଲିମ୍ କ୍ଲର୍କ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକକୁ ଆଜି ଲଖନୌରେ ମୁସିଲିମ୍ ଶିକ୍ଷାନୁଷ୍ଠାନରେ କରାଯାଇଛି। ଯେଉଁଥିରେ ସାମିଲ ହୋଇଥିବା କିଛି ନେତା ବୈଠକରୁ ଉଠି ଚାଲି ଯାଇଥିବା ନେଇ ସୂଚନା ଆସିଛି। ତେବେ ଏନେଇ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ କୁହାଯାଇଛି ସେଭଳି କିଛି ହୋଇନି। ବୈଠକର ସ୍ଥାନକୁ ନେଇ ସମସ୍ୟା ରହିଛି। ଚୂଡାନ୍ତ ନିଷ୍ପତି ଆଜି ଅପରାହ୍ନରେ ସାଂବାଦିକ ସମ୍ମିଳନୀ ଜରିଆରେ ଜଣାଇ ଦିଆଯିବ। ସୁପ୍ରିମକୋର୍ଟ ରାୟରେ ସାରା ଦେଶ ସନ୍ତୁଷ୍ଟ ଥିବା ବେଳେ କିଛି ହୀନ ଚକ୍ରାନ୍ତକାରୀ ନେତା ଏହାକୁ ନେଇ ରାଜନୀତି କରିବାକୁ ଏପରି ଅପଚେଷ୍ଟା କରୁଥିବା ମୁସଲିମ୍ ନେତା ଅଭିଯୋଗ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/1-7-1.png)
/kanak/media/post_attachments/wp-content/uploads/2019/11/EJjEzAXUcAI5rjA-300x169.jpg)
/kanak/media/post_attachments/wp-content/uploads/2019/11/EJjEzAXUYAEx8YL-300x169.jpg)