କର୍ମଚାରୀଙ୍କ ପାଇଁ ଖୁସିଖବର । କରମୁକ୍ତ ଗ୍ରାଚୁଇଟି ସୀମା ୨୦ ଲକ୍ଷ ଟଙ୍କାକୁ ହୋଇପାରେ ବୃଦ୍ଧି

39

ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସିଖବର । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚୁଇଟି ଉଠାଣରେ ଆଉ ଟାକ୍ସ ଦେବାକୁ ପଡିବ ନାହିଁ । ଆଗାମୀ ବଜେଟ ଅଧିବେଶନରେ ଗ୍ରାଚୁଇଟି ଆମେଣ୍ଡମେଂଟ ବିଲ -୨୦୧୭ ଏହା ବିଲ ପାସ ହେବାର ସମ୍ଭାବନା ରହିଛି । ବର୍ତମାନ ପାଂଚ ବର୍ଷରୁ କିମ୍ବା ତା ଠାରୁ ଅଧିକ ଦି କାମ କରିଥିବା କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ଛାଡ କରାଯାଇଛି । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପେମେଣ୍ଟ ଅଫ ଗ୍ରାଚୁଇଟି ସଂଶୋଧନ ବିଲ ୨୦୧୭ ସଂସଦରେ ପାରିତ ହେବ ବୋଲି ଜଣାପଡିଛି ।

କେନ୍ଦ୍ର ସରକାରଙ୍କ ସମକକ୍ଷ ସଂଗଠନରେ କାମ କରୁଥିବା କର୍ମଚାରୀମାନଙ୍କୁ ୨୦ ଲକ୍ଷ ପର୍ଯ୍ୟନ୍ତ କର ମୁକ୍ତ ଗ୍ରାଚୁଇଟି ପ୍ରଦାନ ପାଇଁ ସରକାର ଚିନ୍ତା କରୁଛନ୍ତି । ଗତ ମାସରେ ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ ଆସିଥିଲା । ଥରେ ଲୋକସଭାରେ ପାସ ହେବା ପରେ ସରକାରଙ୍କ ପାଇଁ କୌଣସି ଅସୁବିଧା ରହିବ ନାହିଁ ବା କର ମୁକ୍ତ ଗ୍ରାଚୁଇଟି ଉପରେ ଚିନ୍ତା କରିବାକୁ ପଡିବ ନାହିଁ । ଏହି ବିଲରେ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଅବକାଶ ଓ ଗ୍ରାଚୁଇଟି ପ୍ରଦାନ ପାଇଁ କେନ୍ଦ୍ରୀୟ ନିୟମରେ ରହିଛି ।

ଗ୍ରାଚୁଇଟି ସଂଶୋଧିତ ବିଲ -୨୦୧୭ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଦ୍ୱାରା ୨୦୧୭ ଡିସେମ୍ବର ୧୮ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ପେମେଂଟ ଅଫ ଗ୍ରାଚୁଇଟି ଆକ୍ଟ,୧୯୭୨ ରେ ଥିବା ନିୟମ ଅନୁସାରେ ବିଭିନ୍ନ କମ୍ପାନୀ, ମାଇଂନ୍ସ, ତେଲ କାରଖାନା , ରେଲ କାରଖାନା, ବିମାନବନ୍ଦରରେ କାମ କରୁଥିବା କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପାଇଁ ଉଦ୍ଦିଷ୍ଟ ରହିଛି । ସେହିପରି ଏହି ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ମହିଳାଙ୍କ ପାଇଁ ୧୨ ସପ୍ତାହ ମାତୃତ୍ୱ ଅବକାଶକୁ ବି ସ୍ଥାୟୀ ଚାକିରି ଭାବେ ଗ୍ରହଣ କରାଯିବ ।