ବିଧାନସଭାରେ ଅଭିଜିତ ଆୟାର । ଗୃହ କମିଟିରେ ସତ୍ୟପାଠ କରିବେ ଦାଖଲ: ୨୨ତାରିଖରେ ଉପସ୍ଥିତି ହୋଇ ମାଗିଥିଲେ କ୍ଷମା

କମିଟି ଆଗରେ ସେ ସତ୍ୟପାଠ ଦାଖଲ କରିବେ ଅଭିଜିତ

130

କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୁଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଆଜି ପୁଣି ବିଧାନସଭା କମିଟି ଆଗରେ ହାଜର ହେବେ । ଏଥିପାଇଁ ସେ ବିଧାନସଭାରେ ପଂହଚିଛନ୍ତି । କମିଟି ଆଗରେ ସେ ସତ୍ୟପାଠ ଦାଖଲ କରିବେ । ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହି ଦିନ ବିଧାନସଭା କମିଟିରେ ହାଜର ପରେ ଅଭିଜିତ ଆୟର ଗିରଫ ହୋଇଥିଲେ । ଅଜ୍ଞାତସ୍ଥାନରେ ଦୀର୍ଘ ସମୟ ପରେ ଜେରା ପରେ ଅଭିଜିୟ ଆୟରକୁ ସହିଦନଗର ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ କୋଣାର୍କ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ ।

 

ଅଭିଜିତ ଆୟାର, ଓଡ଼ିଶା ଆସିଥିବା ସମୟରେ କୋଣାର୍କ ମନ୍ଦିରର କଳାକୃତି ନେଇ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏମିତି କି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା । ଏହା ପରେ ଓଡ଼ିଶା ପୁଲିସ୍ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା । ସୁପ୍ରିମକୋର୍ଟ ବି ଅଭିଜିତଙ୍କ ମନ୍ତବ୍ୟ ନେଇ କଡ଼ା ଟିପ୍ପଣୀ କରିଥିଲେ ।

 

ଅଭିଜିତଙ୍କ ଓକିଲ ଯେତେବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କୋର୍ଟକୁ କହିଥିଲେ । ସୁପ୍ରିମକୋର୍ଟ କହିଥିଲେ-ଅଭିିଜି୍ତଙ୍କ ପାଇଁ ଜେଲ ସୁରକ୍ଷିତ ସ୍ଥାନ । ଦଫା ୧୫୩-ଏ ଅର୍ଥାତ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଂଗ କରିବା ଭଳି ସଙ୍ଗୀନ ମାମଲା ବି ଆୟାରଙ୍କ ବିରୋଧରେ ରହିଛି । ଆୟରଙ୍କ ବିରୋଧରେ ଆଇଟି ଆକ୍ଟର ଦଫା ୬୭ରେ ମାମଲା ରୁଜୁ କରାଯାଇଛି ।