ଏଣିକି ଆପଣଙ୍କୁ ଠକିପାରିବେନି ଅଟୋ ରିକ୍ସାବାଲା : ରାସ୍ତା ସହ ଭଡା ଜଣାଇବ ଗୁଗଲ ମ୍ୟାପ୍ ! ଆସିବ ନୂଆ ଫିଚର 

ନୂଆ ଫିଚର ‘ଗୁଗଲ ମ୍ୟାପ’ରେ ‘ପବ୍ଲିକ୍ ଟ୍ରାନ୍ସପୋଟ’ର୍ ଓ ‘କ୍ୟାବ’ମୋଡରେ ଦେଖାଯାଇପାରିବ ।

365

ଗୁଗଲ ନିଜର  ଗୁଗଲ ମ୍ୟାପରେ ଏକ ନୂଆ ଫିଚର ଆଣିବାକୁ ଘୋଷଣା କରିଛି । ଯାହା ଅଧିନରେ ଦିଲ୍ଲୀରେ ଯାତ୍ରୀଙ୍କୁ ମ୍ୟାପରେ ‘ପବ୍ଲିକ୍ ଟ୍ରାନ୍ସପୋଟ’ର୍ ମୋଡରେ ଅଟୋ ରିକ୍ସା ବି ଦେଖାଯିବ । ଗୁଗଲ କହିଛି କି, ଏହି ମୋଡକୁ ଗଲେ ଯାତ୍ରୀ ନିଜ ଯାତ୍ରା ପାଇଁ ସମ୍ଭାବ୍ୟ ମାର୍ଗ ଦେଖିବା ସହିତ ଏଥିପାଇଁ ଅଟୋ ରିକ୍ସା ଭଡା ବି ଦେଖିପାରିବେ ।  ଯଦ୍ୱାରା ତାଙ୍କ ଯାତ୍ରା ସୁଗମ ହେବ । ନୂଆ ଫିଚର ‘ଗୁଗଲ ମ୍ୟାପ’ରେ ‘ପବ୍ଲିକ୍ ଟ୍ରାନ୍ସପୋଟ’ର୍ ଓ ‘କ୍ୟାବ’ମୋଡରେ ଦେଖାଯାଇପାରିବ । ଏବଂ ଏହା ବିଶେଷଜ୍ଞଙ୍କ ଦ୍ୱାରା କୁହାଯାଇଥିବା ରାସ୍ତା ତଥା ଦିଲ୍ଲୀ ଯାତାୟତ ପୁଲିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଫିସିଆଲ ଭଡା ଉପରେ ଆଧାରିତ ।

ଗୁଗଲ ମ୍ୟାପର ଉତ୍ପାଦ ପ୍ରବନ୍ଧଙ୍କ କହିବାନୁସାରେ, ବର୍ତ୍ତମାନ ଅଜଣା ରାସ୍ତା ପାଇଁ ଯାତ୍ରୀଙ୍କୁ ପ୍ରାୟତଃ ଅଧିକ ଭଡା ଦେବାକୁ ପଡେ । କାହିଁକିନା ତାଙ୍କୁ ଦୂରତା ଓ ରାସ୍ତାର କୌଣସି ଅନୁମାନ ନଥାଏ । ଏହି ଫିଚର ଦ୍ୱାରା ବ୍ୟବହାରକାରୀଙ୍କୁ ତାଙ୍କର ଯାତ୍ରାକୁ ସୁଗମ ବନାଇବାରେ ସହାୟତା ମିଳିବ । ଏହି ଫିଚରର ଲାଭ ଉଠାଇବା ପାଇଁ ‘ଗୁଗଲ ମ୍ୟାପ୍’ କୁ ଅପଡେଟ୍ କରିବାକୁ ପଡିବ ।