ଫେଲ ମାରିଲା ପାକିସ୍ତାନ ! କମିନସଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ପାକ୍ ଟିମ୍, ୪୧ ରନରେ ବାଜି ମାରିଲା ଅଷ୍ଟ୍ରେଲିଆ ।

171

ଫେଲ ମାରିଲା ପାକିସ୍ତାନ । ଆଇସିସି ବିଶ୍ୱକପର ସପ୍ତଦଶ ମ୍ୟାଚରେ ବୁଧବାର ଡାଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ପେଟ କମିଂନସଙ୍କ ଘାତକ ବୋଲିଂ ଯୋଗୁଁ ପାକିସ୍ତାନକୁ ୪୧ ରନରେ ଅଷ୍ଟେଲିଆ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଦ୍ୱିତୀୟ ଇନିଂସରେ ୩୦୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ । କିନ୍ତୁ ଓପନିଂ ଓ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା ଯୋଗୁଁ ପୂରା ୫୦ ଓଭର ମଧ୍ୟ ବ୍ୟାଟିଂ କରିପାରିନଥିଲା ପାକିସ୍ତାନ । ୪୫.୪ ଓଭରରେ ପୂରା ଟିମ ପ୍ୟାଭିଲିୟନ ଫେରିବା ସହ ବିଜୟ ଲକ୍ଷ୍ୟ ଠାରୁ ୪୨ ରନ ପଛରେ ରହିଥିଲା ପାକିସ୍ତାନ । କମିନସ ୩ଟି, ମିସେଲ ଷ୍ଟାର୍କ ଓ କେନ ରିଚାର୍ଡସନ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ଶେଷ ଆଡକୁ ଅଧିନାୟକ ସର୍ଫରାଜ ଓ ୱାହବ ରିଆଜ ଲଢିଥିଲେ ମଧ୍ୟ ଏହା ପାକିସ୍ତାନକୁ ବିଜୟର ସ୍ୱାଦ ଚଖାଇ ପାରିନଥିଲା । ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଡେଭିଡ ୱାର୍ଣ୍ଣରଙ୍କ ଶତକ ଓ ଆରୋନ ଫିଞ୍ଚଙ୍କ ଅର୍ଦ୍ଧଶତକ ବଳରେ ୩୦୭ ରନ୍ ସଂଗ୍ରହ କରିଥିଲା । ପ୍ରଥମରୁ ଭଲ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡକୁ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ମହମ୍ମଦ ଅମୀରଙ୍କ ଘାତକ ବୋଲିଂ ବଳରେ ୪୯ ଓଭରରେ ପୂରା ଟିମ୍ ପ୍ୟାଭିଲିୟନ ଫେରିଥିଲା । ଅମୀର ୧୦ ଓଭରରେ ୩୦ ରନ ବିନିମୟରେ ୫ ୱିକେଟ ହାସଲ କରିଥିଲେ ।