୪ ଦିନିଆ ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ : ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ହେବ ଆଲୋଚନା

24

କନକ ବ୍ୟୁରୋ : ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ୍ ଟର୍ଣବୁଲ ଆଜି ଦିଲ୍ଲୀରେ ପହଂଚିଛନ୍ତି । ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଟର୍ଣବୁଲଙ୍କ ସହ ତାଙ୍କ ପୁଅ ଝିଅ ମଧ୍ୟ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ଟର୍ଣବୁଲଙ୍କୁ ସାକ୍ଷାତ କରିଛନ୍ତି । ଏହା ସହ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଂଜଳି ଦେଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଉଭୟ ଦେଶ ମଧ୍ୟରେ ଆଜି ପ୍ରତିନିଧିସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ସହ ମଧ୍ୟ ଟର୍ଣବୁଲଙ୍କ ଆଲୋଚନା କରିବେ । ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବାୟୋ ଫୁଏଲ୍, କ୍ଲିନ୍ କୋଲ୍ ସହ ସୁରକ୍ଷା, ପରିବେଶ, କ୍ରୀଡା, ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ଦ୍ୱିପାକ୍ଷିକ ଆଲୋଚନାରେ ସ୍ଥାନ ପାଇବା ସମ୍ଭାବନା ରହିଛି ।