ବିଦେଶୀ ଖେଳାଳିଙ୍କୁ କିମିଆ କରିଲା ଦେଶୀ ଖାଦ୍ୟ । ଓଡିଶା ଗାର୍ଲିକ ନାନ୍ ଓ କବାବର ଫ୍ୟାନ୍ ହେଲା ଅଷ୍ଟ୍ରେଲିଆ

ପାଖେଇ ଆସୁଛି ହକି ବିଶ୍ୱକପ, ବଢୁଛି ହୃଦସ୍ପନ୍ଦନ

283

କନକ ବ୍ୟୁରୋ: ବିଶ୍ୱକପ୍ ହକି ଯେତିକି ପାଖେଇ ଆସୁଛି ହକି ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ସେତିକି ବଢ଼ିବାରେ ଲାଗିଛି । ଖେଳର ଏହି ଉତ୍ସାହ ଭିତରେ ଖେଳପ୍ରେମୀ, ଖେଳାଳିଙ୍କ ରୁଚି ସଂପର୍କରେ ଜାଣିବାକୁ ଚେଷ୍ଟା କରିବା ସ୍ୱାଭାବିକ୍ । କେଉଁ ଦେଶର ଖେଳାଳି କେଉଁଠି ରହୁଛନ୍ତି, ଆମ ଦେଶର କେଉଁ ଖାଦ୍ୟ ତାଙ୍କୁ ଅଧିକ ପସନ୍ଦ ଆସୁଛି, ଏମିତି ଅନେକ । ତେବେ ଆସନ୍ତୁ ଜାଣିବା ଅଷ୍ଟ୍ରେଲିଆ ଖେଳାଳିଙ୍କର ପସନ୍ଦ ଆଉ ନାପସନ୍ଦ ବିଷୟରେ…

 

ବିଦେଶୀ ଖେଳାଳିଙ୍କୁ କିମିଆ କରିଛି ଦେଶୀ ଖାଦ୍ୟ । ନାନ୍, ବଟର୍ ନାନ୍ ସମେତ ଗାର୍ଲିକ୍ ନାନର ଫ୍ୟାନ୍ ହୋଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ନାନକୁ ଡେଲିସିୟସ୍ ଏବଂ ଟେଷ୍ଟି କହିବା ସହ ଭାରତୀୟ ଖାଦ୍ୟ ବିଶ୍ୱର ଅନ୍ୟତମ ବୋଲି କହିବାକୁ ପଛାଇ ନାହାଁନ୍ତି ଅଷ୍ଟ୍ରେଲିଆ ଖେଳାଳି ।

ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳି ଓଡ଼ିଶା ଆସିଥିବା ବେଳେ ଏଠି ଦେଶୀ, ବିଦେଶୀ ଅନେକ ପ୍ରକାରର ଖାଦ୍ୟ ଖାଇବାର ଅଭିଜ୍ଞତା ବି ହାସଲ କରିଛନ୍ତି । ହେଲେ ବିଶ୍ୱକପ୍ର କ୍ରେଜ୍ ଭିନ୍ନ । ଏହାକୁ ଦୃଷ୍ଟିରେ ହୋଟେଲ ପକ୍ଷରରୁ ମଧ୍ୟ ଖେଳାଳିଙ୍କୁ ମନପସନ୍ଦର ଖାଦ୍ୟପେୟ ସବୁ ପରସି ଦିଆଯାଉଛି ।

କେବଳ ଖେଳାଳି ନୁହଁନ୍ତି କୋଚ୍ ଏବଂ ଅଫିସିଆଲ୍ ମେମ୍ବର ବି ଭାରତୀୟ ଖାଦ୍ୟକୁ ନେଇ ବେଶ୍ ଖୁସ୍ । ଆଉ ଏସବୁ ଭିତରେ ବିଶ୍ୱକପ୍ ହକି ଉପରେ ଦଳ ଫୋକସ୍ କରୁଥିବା କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ ।

ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲରେ ବିଦେଶୀ ଖେଳାଳିଙ୍କ ପାଇଁ ରହଣୀ ଏବଂ ଖାଇବା ବନ୍ଦୋବସ୍ତ କରାଯାଇଥିବା ବେଳେ ହୋଟେଲ ସେଣ୍ଡିସ୍ ଟାୱାରରେ ଚୀନ୍, ଅଷ୍ଟ୍ରେଲିଆ ଏବଂ ବେଲଜିମ୍ ଦଳ ପାଇଁ ରହଣୀ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ,ଭାରତରେ ପହଂଚିଲା ପାକିସ୍ତାନ ହକି ଦଳ । ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ଆଜି ପଂଜାବରେ ପହଂଚିଛି ଟିମ୍ ପାକିସ୍ତାନ । ପଂଜାବରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ପହଂଚିବ ପାକିସ୍ତାନ । ଏପଟେ ପାକିସ୍ତନ ଦଳ ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶ୍ୱକପ ହକି ପ୍ରତିଯୋଗିତାରେ ପାକିସ୍ତାନ ଦଳକୁ ସ୍ଥାନୀୟ ଶିବସେନା ନେତା ବିରୋଧ କରୁ୍ଥିବା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।