ଭାରତୀୟ ଯୁବତୀଙ୍କ ପ୍ରେମରେ କ୍ଲିନ ବୋଲ୍ଡ ହେଲେ ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ । ନିବର୍ନ୍ଧ ସରିଲା, ଖୁବଶୀଘ୍ର ହାତକୁ ଦି ହାତ ହେବେ ମ୍ୟାକ୍ସୱେଲ, ଜାଣନ୍ତୁ କିଏ ଏହି ଯୁବତୀ

12,891

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ । କ୍ରିକେଟ ମୈଦାନରେ ଛକା ଓ ଚୌକାର ବର୍ଷା କରୁଥିବା ଅଷ୍ଟ୍ରେଲିଆର ଏହି ଷ୍ଟାର ଅଲରାଉଣ୍ଡର ଭାରତୀୟ ବଂଶୋଦ୍ଭବ ଯୁବତୀ ବିନି ରମଣଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି । ୩୧ ବର୍ଷୀୟ ମ୍ୟାକ୍ସୱେଲ ବୁଧବାର ନିବର୍ନ୍ଧ କରିଛନ୍ତି । ଏନେଇ ସେ ସ୍ପଷ୍ଟ କରିଛନ୍ତି । ଗର୍ଲଫ୍ରେଣ୍ଡ ବିନିଙ୍କୁ ୨୦୧୭ରୁ ଡେଟ କରି ଆସୁଥିଲେ ମ୍ୟାକ୍ସୱେଲ । ଆଉ ଦୀର୍ଘ ୩ ବର୍ଷ ସମ୍ପର୍କରେ ରହିବା ପରେ ବୁଧବାର ଦିନ ଉଭୟଙ୍କର ନିର୍ବନ୍ଧ ହୋଇଛି ।

ମେଲବୋର୍ଣ୍ଣରେ ରହୁଥିବା ଭାରତୀୟ ବଂଶୋଦ୍ଭବ ବିନି ବୟଫ୍ରେଣ୍ଡ ମ୍ୟାକ୍ସୱେଲଙ୍କ ସହ ସୋସିଆଲ ମିଡିଆରେ ଅନେକ ଗୁଡିଏ ଫଟୋ ସେୟାର କରିଛନ୍ତି । ଯାହା ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସାମ୍ନାକୁ ଆଣିଥିଲା । ଏହି ପ୍ରେମୀ ଯୁଗଳଙ୍କୁ ଅନେକ ଇଭେଣ୍ଟ ଓ ଉତ୍ସବରେ ଏକାଠି ଦେଖିବାକୁ ମିଳିଛି । ତେବେ ବିନିଙ୍କ ସହ ସମ୍ପର୍କକୁ ନେଇ ମ୍ୟାକ୍ସୱେଲ ବେଶ ଖୁସି ଅଛନ୍ତି ।

ଏପରିକି ପୁଣିଥରେ କ୍ରିକେଟ ପଡିଆକୁ ଫେରିବା ପଛରେ ବିନିଙ୍କର ବଡ ହାତ ଅଛି ବୋଲି ମ୍ୟାକ୍ସୱେଲ ଅନେକ ସମୟରେ ସ୍ୱୀକାର କରିଛନ୍ତି । ଏହାପୂର୍ବରୁ ଗତ ଅକ୍ଟୋବର ମାସରେ ମାନସିକ ଚାପ କାରଣରୁ କିଛି ଦିନ ପାଇଁ କ୍ରିକେଟରୁ ବିରତି ନେଇଥିଲେ ମ୍ୟାକ୍ସୱେଲ । ସେତେବେଳେ ମ୍ୟାକ୍ସୱେଲଙ୍କୁ ସାଥ୍ ଦେଇଥିଲେ ବିନି । ଏପରିକି ମାନସିକ ଭାବେ ସୁସ୍ଥ ହେବା ପର୍ଯ୍ୟନ୍ତ ମ୍ୟାକ୍ସୱେଲଙ୍କ ସାଥୀରେ ରହିଥିଲେ ବିନି ।

ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବିନି ସୋସିଆଲ ମିଡିଆରେ ମ୍ୟାକ୍ସୱେଲଙ୍କ ଫଟୋ ଛାଡିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିନାହାନ୍ତି ଏହି ଲଭବାର୍ଡ । ସେହିଭଳି ୨୦୧୯ରେ ଅଷ୍ଟ୍ରେଲିଆ କ୍ରିକେଟ ଆୱାର୍ଡକୁ ବିନିଙ୍କୁ ସାଥୀରେ ଆଣିଥିଲେ ମ୍ୟାକ୍ସୱେଲ । କେବଳ ଏତିକି ନୁହେଁ ଏହି ଯୋଡି ୟୁରୋପ ସମେତ ବିଶ୍ୱର ଅଧିକାଂଶ ଦେଶ ଏକାଠି ବୁଲିଛନ୍ତି ।

ଦୀର୍ଘ ୪ ମାସର ବିରତି ପରେ ପୁଣିଥରେ ମୈଦାନକୁ ଫେରିଛନ୍ତି ମ୍ୟାକ୍ସୱେଲ । ଆଗକୁ ଆଇପିଏଲ ଖେଳାଯିବାକୁ ଥିବା ବେଳେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ପଡିଆକୁ ଓହ୍ଲାଇବେ ମ୍ୟାକ୍ସୱେଲ । ପଞ୍ଜାବ ତାଙ୍କୁ ୨୦୨୦ ସିଜିନ ପାଇଁ ୧୦.୭୫ ଲକ୍ଷ ଟଙ୍କାରେ କିଣିଛି । କେବଳ ମ୍ୟାକ୍ସୱେଲ ନୁହଁନ୍ତି ଏହା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟର ସନ ଟେଟ ମଧ୍ୟ ଭାରତୀୟ ଜ୍ୱାଇଁ ହୋଇ ସାରିଛନ୍ତି । ଟେଟ୍ ମଧ୍ୟ ଭାରତୀୟ ବଂଶୋଦ୍ଭବ ଯୁବତୀ ମାସୁମ ସିଂଘାଙ୍କୁ ବିବାହ କରିଥିଲେ ।