ହଟହଟା ହେଲେ ରେଳମନ୍ତ୍ରୀ ! ପୀୟୁଷ ଗୋଏଲଙ୍କ ଉପରକୁ କର୍ମଚାରୀ ଫୋପାଡିଲେ ଗରମ ପାତ୍ର, ଲଗାଇଲେ ରେଳମନ୍ତ୍ରୀ ମୁର୍ଦ୍ଦାବାଦ ନାରା

155

ହଟହଟା ହେଲେ ରେଳମନ୍ତ୍ରୀ । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ଆକ୍ରମଣ କରିଛନ୍ତି ଖୋଦ୍ ରେଲୱେ ୟୁନିୟନର କର୍ମଚାରୀ । ଏପରିକି ରେଳମନ୍ତ୍ରୀଙ୍କ ନାଁରେ ମଧ୍ୟ ମୁର୍ଦ୍ଦାବାଦ ପକାଇବାକୁ ମଧ୍ୟ ପଛାଇନଥିଲେ ଏହି କର୍ମୀ ମାନେ । ଏହାଛଡା ପୀୟୁଷ ଗୋଏଲଙ୍କ ଉପରକୁ ଗରମ ପାତ୍ର ଫିଙ୍ଗିଛନ୍ତି । ଆଉ ଏହିଭଳି ଉତ୍ତେଜନା ମୂଳକ ସ୍ଥିତି ଦେଖି ପୀୟୁଷ ଗୋଏଲ ସଙ୍ଗେ ସଙ୍ଗେ ସେହି ସ୍ଥାନ ଛାଡିବାକୁ ବାଧ୍ୟ ହୋଇଥିଲେ । ଆଉ ଏହି ପୂରା ଘଟଣା ଉତ୍ତର ପ୍ରଦେଶ ପୋଲିସ ଊପସ୍ଥିତିରେ ହୋଇଛି । ରେଳମନ୍ତ୍ରୀ ଏହି କାଯ୍ୟକ୍ରମରେ ଭାଷଣ ଦେବା ପରେ ଏଭଳି ହଙ୍ଗାମା କରିଥିଲେ ରେଲୱେ କର୍ମଚାରୀ ।


ଲକ୍ଷ୍ନୌରେ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ପୀୟୁଷ ଗୋଏଲଙ୍କ ଉପରେ ଲୋକମାନେ ଏତେ ଉତକ୍ଷିପ୍ତ ହୋଇ ଯାଇଥିଲେ ଯେ, ତାଙ୍କ ଗାଡି ଉପରକୁ ଗରମ ପାତ୍ର ଫୋପାଡି ଭାଙ୍ଗି ଦେଇଥିଲେ । ଏପରିକି ମନ୍ତ୍ରୀ ଯିବା ପରେ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରେ ଲୋକମାନେ ହଙ୍ଗାମା କରିବାକୁ ପଛାଇ ନଥିଲେ । ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିବା ରେଳମନ୍ତ୍ରୀ ନିଜ ଭାଷଣରେ ଏନପିଏସ ଓ ଅପ୍ରେନଟିସ୍ ଜଏନିଙ୍ଗକୁ ନେଇ ରେଲୱେ ୟୁନିୟନ ଉପରେ କର୍ମଚାରୀଙ୍କୁ ଉସକାଉଥିବାର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ହଙ୍ଗାମା ।

ଏପରିକି ଭାଷଣ ସରିବା ପରେ ଯେତେବେଳେ ପୀୟୁଷ ଗୋଏଲ ଯିବା ପାଇଁ ଉଦ୍ୟତ ହେଲେ ତାଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ ୟୁନିୟନର କର୍ମଚାରୀ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିବା ସହ ଛାଡିନଥିଲେ । ତେବେ ପୋଲିସ ଓ ଆରପିଏଫ ବହୁତ କଷ୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଭିଡ ମଧ୍ୟରୁ ବାହାରକୁ ଆଣିଥିଲେ । ଆଉ ଅଳ୍ପକେ ବର୍ତ୍ତି ଯାଇଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ।