କନକ ବ୍ୟୁରୋ: ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରି ଅଟ୍ରି ଉଷ୍ଣପ୍ରସବଣରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ କ୍ଷେତ୍ର ଚଳଚଂଚଳ ହୋଇ ଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ ।
ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ବନ୍ଧ୍ୟାନାରୀ ମହାଦେବ ହଟକେଶ୍ୱରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ପ୍ରାୟ ୧୫ଦିନ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/50.jpg)
/kanak/media/post_attachments/wp-content/uploads/2019/01/begunia-1-300x169.jpg)
/kanak/media/post_attachments/wp-content/uploads/2019/01/49-300x169.jpg)