ବ୍ୟାଙ୍କରୁ ଟଙ୍କା ବାହାରୁଛି ସତ କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହିଁ ! ଫସିଛି ୧.୪୭ ଲକ୍ଷ କୋଟି ଟଙ୍କା,୨୦୦୦ ଟଙ୍କିଆ ନୋଟର କଳାବଜାରୀ ।

84

ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ମୁତାବକ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିବାରୁ ବଜାରରୁ ୨୦୦୦ ଟଙ୍କିଆ ନୋଟ ଗାୟବ ହୋଇଯାଉଛି । ଝାରଖଣ୍ଡରେ ପ୍ରାୟ ୭୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବଜାରରୁ ଶୂନ୍ୟ ହୋଇ ଯାଇଥିବା ଖବର ମିଳୁଛି । ରାଜ୍ୟରେ ୩.୪୭ ଲକ୍ଷ ଟଙ୍କା ଚାଲୁଥିବା ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟର ଘୋର ଅଭାବ ଦେଖିବାକୁ ମିଳୁଛି । ଭାରତର ଅନ୍ୟ ସବୁ ରାଜ୍ୟ ଭଳି ଝାରଖଣ୍ଡରେ ମଧ୍ୟ ନୋଟବନ୍ଦୀ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ବ୍ୟାଙ୍କ କର୍ମଚାରୀଙ୍କ କହିବାନୁସାର ନୋଟବନ୍ଦୀ ସମୟରେ ବଜାରକୁ ଯେତେ ପରିଣାମରେ ୨୦୦୦ ଟଙ୍କିଆ ନୋଟ ଆସିଥିଲା ସେଥିରୁ ପ୍ରାୟ ୭୦%ର ପତା ମିଳୁନାହିଁ । ଯାହାକୁ ଗଣିଲେ ୧.୪୭ ଲକ୍ଷ କୋଟି ଟଙ୍କା ହେବ । ଆରବିଆଇ ଉପ-ମହା ପ୍ରବନ୍ଧକ ଦୟାଶଙ୍କରଙ୍କ କହିବାନୁସାରେ ଏଟିଏମରେ ଦୁଇରୁ ଚାରୋଟି ଟ୍ରେ ରହିଥାଏ । ଯେଉଁଥିରେ ୨୦୦୦ ଟଙ୍କା ରଖାଗଲେ ଅଧିକ କ୍ୟାସ୍ ବାହାରେ କିନ୍ତୁ ଏବେ କେବଳ ୧୦୦ କିମ୍ବା ୨୦୦ ଟଙ୍କାର ଟ୍ରେ ରଖାଯାଉଛି ଯାହା ଫଳରେ ଏଟିଏମରୁ ମଧ୍ୟ ଟଙ୍କା ବାହାରିବାରେ ସମସ୍ୟା ଉପୁଜୁଛି । ବ୍ୟାଙ୍କ ୨୦୦୦ ନୋଟ୍ ନଫେରିବା ଫଳରେ ଏଟିଏମରୁ ମଧ୍ୟ ଟଙ୍କା ବାହାରୁନାହିଁ । ଆରବିଆଇ ତରଫରୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା କଥା ଶୁଣିବାକୁ ମିଳୁଛି । ଦେଶର ଚାରୋଟି ପ୍ରେସରେ ଦିନରାତି ନୋଟ ଛାପାଯିବା କାର୍ଯ୍ୟକ୍ରମ ଚାଲିଛି ।
ନାସିକରେ କାଳି ଶେଷ ହେବା ଭଳି ପରିସ୍ଥିତିକୁ ନେଇ ନୋଟ୍ ନଛପିବା ଭଳି ଖବର ଆସିଛି । ନାସିକର ଏକ ପ୍ରେସରେ କାଳି ଶେଷ ହେବା ନେଇ ୨୦,୧୦୦,୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଛାପିବା ବନ୍ଦ ହୋଇଯାଇଛି ।
ପଲାମୁଠାରେ ଏଟିଏମରୁ କ୍ୟାସ୍ ନ ମିଳିବା ଯୋଗୁଁ ଉତ୍ତ୍ୟକ୍ତ ଜନତା ରାସ୍ତା ରୋକ କରିଥିବା ଭଳି ଖବର ମଧ୍ୟ ସାମ୍ମାକୁ ଆସିଥିଲା ।