କନକ ବ୍ୟୁରୋ : ଆଠଗଡରେ ଆଜି ବି ଥମିନି ପଂଚାୟତ ନିର୍ବାଚନୀ ହିଂସା । ଆଠଗଡର କୁମାରପୁର ଗାଁଁରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାମାଡ ହୋଇଛି । ଗୋଟିଏ ଗୋଷ୍ଠୀ ହରିଜନସାହିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।

Advertisment

ଆଠଗଡ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗୋଷ୍ଠୀକୁ ବୁଝାସୁଝା କରୁଛନ୍ତି । ତେବେ ଗତକାଲି ରାତିରୁ ହୋଇଥିବା ଗଣ୍ଡଗୋଳ ଯୋଗୁଁ ଏବେ ବି ଗାଁରେ ଉତେଜନା ଲାଗି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -