ଜନ୍ମ ଜୟନ୍ତୀରେ ବାଜପେୟୀଙ୍କୁ ସମ୍ମାନ ! ପ୍ରଧାନମନ୍ତ୍ରୀ ମୋଦି ଜାରି କଲେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ।

494

ପୂର୍ବତନ ପ୍ରଧାନମନ୍ତ୍ରୀ  ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ମାନରେ ୧୦୦ ଟଙ୍କିଆ ସ୍ମାରକୀ କଏନ୍ ଜାରି କରିଛନ୍ତି । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୫ ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କର ୯୫ତମ ଜନ୍ମ ଜୟନ୍ତୀ । ତେବେ ଏହି କଏନ୍ ଜାରି କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ତାଙ୍କ ମନ ଏବେ ବି ମାନୁନାହିଁ କି, ବାଜପେୟୀ ଆଉ ଆମ ଗହଣରେ ନାହାନ୍ତି । ରାଜନୈତିକ ମଞ୍ଚରୁ ପାଖାପାଖି ୧୦ ବର୍ଷ ଦୂରରେ ରହିବା ସତ୍ତେ୍ୱ ସାରା ଦେଶ ତାଙ୍କୁ ଏକ ସ୍ୱତନ୍ତ୍ର ଭାବେ ବିଦାୟ ଦେଇଥିବା ମୋଦି କହିଛନ୍ତି ।

ଏହି ମୁଦ୍ରାରେ ବାଜପେୟୀଙ୍କ ଛବି ରହିଛି । ଏହା ସହିତ ବାଜପେୟୀଙ୍କ ନାମ ଦେବନାଗରୀ ଓ ଇଂରାଜୀ ଭାଷାରେ ଲେଖାଯାଇଛି । ଏହି ସ୍ମାରକ ଉନ୍ମୋଚନ ଅବସରରେ ମୋଦି କହିଛନ୍ତି ବାଜପେୟୀ ଆମ ହୃଦୟରେ ପୁରା ୫୦ବର୍ଷ ରାଜ କରିଥିଲେ ଓ ଆଗକୁ ମଧ୍ୟ କରିବେ । ସିଦ୍ଧାନ୍ତ ଓ କାର୍ଯ୍ୟକର୍ତାଙ୍କ ବଳରେ ଅଟଲ ଜୀ ଏତେ ବଡ ରାଜନୈତିକ ସଂଗଠନ ଛିଡା କରିଥିଲେ । ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଦେଶବ୍ୟାପି ଏହାକୁ ବିସ୍ତାର ମଧ୍ୟ କରିଥିଲେ । ଆଜି ବି ଲାଗୁନି ବାଜପେୟୀ ଆମ ଗହଣରେ ନାହାଁନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ ।

ନୋଟିଫିକେସନ୍ ମୁତାବକ ମୁଦ୍ରାର ଓଲଟା ପଟେ ଅଶୋକ ସ୍ତମ୍ଭ ଏବଂ ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ମଧ୍ୟ ଲେଖାଥିବ ଦେଖାଯିବ । ଏହାସହ ମୁଦ୍ରାର ଏକ ପାଖ ଦେବନାଗରୀ ଲିପିରେ ଭାରତ ଏବଂ ଅନ୍ୟପଟେ ଇଂରାଜୀରେ ଇଣ୍ଡିଆ ଦେଖାଯିବା ଦେଖିବାକୁ ମିଳିବ । ଅଶୋକ ସ୍ତମ୍ଭର ନିମ୍ନରେ ଟଙ୍କାର ସିମ୍ବଲ୍ ଏବଂ ୧୦୦ ଟଙ୍କା ଲେଖାଯିବ । ଏହି ମୁଦ୍ରାରେ ଚାନ୍ଦି ମିଶ୍ରିତ ହୋଇ ରହିବା ଯାହାର ମାତ୍ରା ୧୦୦୦ ରେ ୪୯୮ ରୁ ୫୦୨ ରହିବ ।

ତେବେ ଆପଣଙ୍କୁ କହିରଖୁଛୁ ବାଜପେୟୀଙ୍କ ନାମରେ ହିମାଳୟର ୪ ଟି ଚୋଟି ନାଁ ରଖାଯାଇଛି । ଅନ୍ୟପକ୍ଷେ ଛତିଶଗଡର ନୂଆ ରାୟପୁରର ନାଁ ମଧ୍ୟ ଅଟଳନଗର ରଖାଯାଇଛି । ଉତ୍ତରାଖଣ୍ଡ ସରକାର ମଧ୍ୟ ଡେରାଡୁନ୍ ଏୟାରପୋର୍ଟର ନାମ ଅଟଳଙ୍କ ନାମରେ ରଖିଛନ୍ତି । ଏହାଛଡା ଲଖ୍ନୋର ପ୍ରସିଦ୍ଧ ହଜରତଗଞ୍ଜ ଚୋରାହାର ନାଁ ବଦଳାଇ ଅଟଳ ଚୋକ୍ ରଖାଯାଇଛି ।