ମାନବ ସେବା ଏକ ମହତ୍ ସେବା । ଯାହାକୁ କେହି କେହି ନିଶା ତ ଆଉ କେହି ପେସା ଭାବରେ କାର୍ଯ୍ୟରେ ଲଗାନ୍ତି । କିନ୍ତୁ କ’ଣ ଆପଣ କେବେ ଶୁଣିଛନ୍ତି ଯେ ଡାକ୍ତରଖାନାରେ ରୋଗୀଙ୍କ ସେବା ପାଇଁ ଆସିଷ୍ଟାଣ୍ଟ୍ ରୁପରେ କେଉଁ କୁକୁର ବି ନିଯୁକ୍ତି ପାଇପାରିବ । କିନ୍ତୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏଭଳି ଏକ ଫଟୋ ଏବେ ଭାଇରାଲ୍ ହେଉଛି ଯେଉଁଥିରେ ଦେଖାଯାଉଛି କି ଗୋଟିଏ କୁକୁର ରୋଗାଗ୍ରସ୍ତ ହୋଇ ଖଟରେ ଶୋଇରହି ଚିକିତ୍ସା ହେଉଛି । ଏବଂ ଆଉ ଏକ କୁକୁର ରୋଗିଣା କୁକୁରର ଚିକିତ୍ସାରେ ସାହାର୍ଯ୍ୟ କରୁଛି । ଫଟୋଟିକୁ ରେଡଡିଟ୍ ତରଫରୁ ପୋଷ୍ଟ୍ କରାଯାଇଛି ।
@Jack_Septic_Eye this is Doctor Doggo https://t.co/vDRkNthto6
— josh wilson (@snowstorm538) February 2, 2019
ଏହି ଫଟୋଟି ସୋସିଆଲ୍ ୟୁଜରଙ୍କ ହୃଦୟକୁ ଛୁଇଁଥିବା ବେଳେ କୁକୁରଙ୍କ କାରଣରୁ ଲୋକଙ୍କର ଅବସାଦ କମ୍ ହେଉଥିବା କଥା ବି ଏବେ ଶୁଣିବାକୁ ମିଳୁଛି । ଫ୍ଲୋରିଡାର ଏକ ସ୍କୁଲରେ ହୋଇଥିବା ବିସ୍ଫୋରଣରେ ଆହତ ପିଲାମାନଙ୍କୁ ଅବସାଦରୁ ବାହାର କରିବା ପାଇଁ କୁକୁରଙ୍କ ସାହାର୍ଯ୍ୟ ନିଆଯାଇଥିଲା । ତେବେ କୁକୁରଙ୍କ ଏଭଳି ଭଲପାଇବା ରୋଗିଣା ଲୋକଙ୍କ ପାଇଁ ଅଧିକ ଲାଭକାରୀ ହୋଇଥିବା ଡାକ୍ତର ବି ସ୍ୱୀକାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/rt6.jpg)