ଉତର ପୂର୍ବରେ ସିଏବି ତାତି । ଜଳୁଛି ଆସାମ ଓ ତ୍ରିପୁରା, ଗୁଆହାଟୀରେ କର୍ଫ୍ୟୁ ଜାରି : ସେନାର ଫ୍ଲାଗମାର୍ଚ୍ଚ,  ଇଂଟରନେଟ୍ ବନ୍ଦ ଓ ବହୁ ଟ୍ରେନ ବାତିଲ

255

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲକୁ ଉତର-ପୂର୍ବ ଭାରତରେ ପ୍ରବଳ ବିରୋଧ କରାଯାଉଛି । ଆସାମ ଓ ତ୍ରିପୁରାରେ ବିଲ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଛି । ସ୍ଥିତି ଅଣାୟତ ହେବାରୁ ସେନା ମୁତୟନ କରାଯିବା ସହିତ ଗୌହାଟିରେ କର୍ଫ୍ୟୁ ଜାରି କରାଯାଇଛି । ଗୌହାଟିର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜୋରଦାର ହେବାରୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ଚାଳାନ କରିଥିଲା ।

ପ୍ରବଳ ଉତେଜନା ଯୋଗୁଁ କାଲି ସଂଧ୍ୟା ୬ଟା ୧୫ରୁ ଜାରି ହୋଇଥିବା କର୍ଫ୍ୟୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବଳବତର ରହିବ ବୋଲି ସୂଚନା ମିଳିଛି । ଆସାମର ବିଭିନ୍ନ ଜିଲ୍ଲାରୁ ହଜାରେରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ । ଆସାମର ୧୦ଟି ଜିଲ୍ଲା ଓ ତ୍ରିପୁରାରେ ମୋବାଇଲ ଓ ଇଂଟରନେଟ୍ ସେବା ୨୪ ଘଂଟା ପାଇଁ ବନ୍ଦ ରଖାଯାଇଛି । ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ମୁୟତନ ହୋଇଛନ୍ତି ।