କନକ ବ୍ୟୁରୋ : ଜୀବନ ମଂଚରୁ ମେଲାଣି ନେଇଛନ୍ତି ମଂଚସମ୍ରାଟ୍ ଅସୀମ ବସୁ । ପୂଜାରେ ମାଆ ସରସ୍ୱତୀ ଫେରାଇ ନେଇଛନ୍ତି ତାଙ୍କ ଜଣେ ସାରସ୍ୱତ ସୁନାପୁଅକୁ । ଆଜି ଆରପାରିରେ ଅସୀମଦା’ । ସେ ଫେରିବେ ନାହିଁ ଆଉ କେଉଁ କବିତା ବହିର ପ୍ରଚ୍ଛଦ ଆଙ୍କିବାକୁ କିମ୍ବା କଳା ଓ କଳାକାରଙ୍କୁ ନାଟକ ପାଇଁ ଏକାଠି କରିବାକୁ । ଆମ ଗହଣରେ ନଥାଇ ବି ଥିବେ ଏଇ ପ୍ରିୟ କଳାକାର ।
ସାହିତ୍ୟରୁ ସିନେମା କଳା ନିର୍ଦ୍ଦେଶନାରୁ ମଂଚ ପେଣ୍ଡାଲ୍ ସୃଜନର ବିଭିନ୍ନ ଦିଗକୁ ଛୁଇଁଥିଲେ ଅସୀମ । ସୃଜନର ପ୍ରତିଟି ବିଭାଗରେ ସେ ଥିଲେ ମାହିର ତାଙ୍କ ସୃଷ୍ଟି ଥିଲା ଭିଡ଼ରୁ ଅଲଗା । ତେବେ ଗତ କିଛି ଦିନ ହେଲା ଗୁରୁତର ହୋଇପଡ଼ିଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ।
ଚିକିତ୍ସା ପାଇଁ ରାଜ୍ୟ ସଂସ୍କୃତି ବିଭାଗର ଆର୍ଥିକ ସହାୟତା ସତ୍ୱେ ସୁଧାର ଆସିନଥିଲା ସ୍ୱାସ୍ଥ୍ୟାବସ୍ଥାରେ । କ୍ୟାପିଟାଲ ହସ୍ପିଟାଲରେ ୮୧ ବର୍ଷ ବୟସରେ ପରଲୋକ ଘଟିଛି ତାଙ୍କର ।
ଆଜି ସେପାରିରେ ଅସୀମଦା । ଏପାରିରେ ତାଙ୍କ କଳା ତାଙ୍କ କାରିଗରିର ଅନେକ ଦସ୍ତାବିଜ୍ । ଅସୀମଦା ନଥାଇ ବି ଥିବେ କାଳକାଳକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/asim-basu.jpg)