ରେଳବାଈ ବୋର୍ଡ ଅଧ୍ୟକ୍ଷ ହେଲେ ଅଶ୍ୱିନୀ ଲୋହାନି! ଚ୍ୟାଲେଞ୍ଜ ହେବ ଦୁର୍ଘଟଣା ମୁକ୍ତ ରେଳ ଯାତ୍ରା

40

କନକ ବ୍ୟୁରୋ: ରେଳବାଇ ବୋର୍ଡର ନୂଆ ଚେୟାରମ୍ୟାନ ହେବେ ଅଶ୍ୱିନୀ ଲୋହାନି । ସେ ଏବେ ଏୟାର ଇଣ୍ଡିଆର ସିଏମଡି ରହିଛନ୍ତି । ଚେୟାରମ୍ୟାନ ପଦରୁ ଅଶୋକ ମିତ୍ତଲ ଇସ୍ତଫା ଦେବା ପରେ ଅଶ୍ୱିନୀଙ୍କୁ ଏହି ପଦ ସମ୍ଭାଳିବାକୁ କୁହାଯାଇଛି ।

ଭାରତୀୟ ରେଳବାଈର ମେକାନିକାଲ ସର୍ଭିସ ଅଫିସର ହେଉଛନ୍ତି ଅଶ୍ୱିନୀ ଲୋହାନି । ସେ ପୂର୍ବରୁ ଦିଲ୍ଲୀର ଡିଆରଏମ ମଧ୍ୟ ରହିଛନ୍ତିି । ଏହାସହ ଆଇଟିଡିସିର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ସେ ଦିଲ୍ଲୀରେ ରେଳ ମ୍ୟୁଜିୟମର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଛନ୍ତି ।

ଖତୌଲି ରେଳ ଦୁର୍ଘଟଣା ସହ ବାରମ୍ବାର ରେଳ ଦୁର୍ଘଟଣା ଘଟିବା ପରେ ନୈତିକତା ଦୃଷ୍ଟିରୁ ଆଜି ସକାଳେ ଇସ୍ତଫା ଦେଇଥିଲେ ଅଶୋକ ମିତ୍ତଲ । ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଭେଟି ରେଳ ମନ୍ତ୍ରୀ ସୁରେଶ ପ୍ରଭୂ ମଧ୍ୟ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତିି । ଏ ପରିପ୍ରେକ୍ଷୀରେ ନୂଆ ରେଳବାଈ ବୋର୍ଡ ଚେୟାରମ୍ୟାନ ଭାବେ ଅଶ୍ୱିନୀ ଯୋଗଦେବା ପରେ ରେଳବାଈ ବିଭାଗରେ ଆଧୁନୀକିକରଣ ଓ ଦୁର୍ଘଟଣାକୁ ରୋକିବା ଦିଗରେ ପଦକ୍ଷେପ ନେବା ବଡ ଚ୍ୟାଲେଞ୍ଜ ହେବ ।