ବିଜେପୁର ମହାଭାରତରେ କିଏ ଜିତିବ ସମ୍ମାନର ଯୁଦ୍ଧ! ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବା ସହ ଶକ୍ତି ପ୍ରଦର୍ଶନ କରିବେ ଅଶୋକ

44

କନକ ବ୍ୟୁରୋ : କିଏ ହାତେଇବ ବିଜେପୁର? ବିଜେପୁର ମହାଭାରତରେ କିଏ ଜିତିବ ସମ୍ମାନର ଯୁଦ୍ଧ । କାହାକୁ ନିଜ ମଙ୍ଗୁଆଳ ଭାବରେ ବାଛିବେ ଜନତା । କିଏ ହେବ କଂଗ୍ରେସ ପ୍ରାର୍ଥୀ । ଏଭଳି ନାନା କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଅଶୋକ ପ୍ରାଣିଗ୍ରାହୀ । ଏହାପୂର୍ବରୁ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇ ଉଠିଛି । ବିଜେପୁର ଉପନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଅଶୋକ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିବେ ଅଶୋକ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଫାଇନାଲ ଫାଇଟ ପୂର୍ବରୁ ଲୋକଙ୍କ ମନ ଜିଣିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି ଅଶୋକ । ତେବେ ଏହି ଉପନିର୍ବାଚନ ଏତେ ଅଶୋକଙ୍କ ପାଇଁ ଏତେ ସହଜ ହେବନି । କାରଣ ଅଶୋକଙ୍କ ବିରୋଧରେ ବିଜେଡି ସ୍ୱର୍ଗତଃ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ।

bijepurଏହାଛଡା ବିଜେଡି ଛାଡି ବିଜେପିରୁ ଲଢୁଥିବା ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ରାସ୍ତାରେ ଅନେକ କଣ୍ଟା ରହିଛି । ପ୍ରଥମତଃ ସେ ବିଜେଡି ଦଳରୁ ବିଜେପିକୁ ଆସିଥିବାରୁ ତାଙ୍କୁ ପୁରୁଣା ବା ବରିଷ୍ଠ ବିଜେପି ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି ପୂର୍ବରୁ ମଧ୍ୟ ଅଶୋକଙ୍କ ପ୍ରାର୍ଥତ୍ୱକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏପରିକି ଅଶୋକଙ୍କୁ ଦଳରେ ମିଶାଇବା ପରେ ବିଜେପିର ବ୍ଲକ ସଭାପତି ନାରାୟଣ ସାହୁ ବିଜେପିରୁ ଇସ୍ତଫା ଦେଇ ବିଜେଡି କ୍ୟାମ୍ପରେ ସାମିଲ ହୋଇଛନ୍ତି । ଏପରିକି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ମଧ୍ୟ ଅଶୋକଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି । ଏପରିକି ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଚ୍ୟାଲେଞ୍ଜ କରି ଗତକାଲି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଛତର ରଣହୁଙ୍କାର ଦେଇଛନ୍ତି । ଅଶୋକଙ୍କୁ ଅନ୍ୟ ଦଳରୁ ପ୍ରାର୍ଥୀ କରି ଦଳ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଛି । ତେଣୁ ପ୍ରମୋଦ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଶୋକଙ୍କ ବିରୋଧରେ ଲଢିବାକୁ ସ୍ଥିର କରିଛନ୍ତି । ଯାହା ଅଶୋକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

RITA-SAHU-UPଅନ୍ୟପଟରେ ଅଶୋକଙ୍କ ଅସଲ ଲଢେଇ ହେବ ରୀତା ସାହୁଙ୍କ ସହ । ବିଜେଡି ଅଶୋକଙ୍କ ସାମ୍ନାରେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ଠିଆ କରି ଅନୁକମ୍ପାର ରାଜନୈତିକ କାର୍ଡ ଖେଳିଛି । ରାଜନୀତିରେ ଅନଭିଜ୍ଞ ଥିବା ରୀତା ସାହୁଙ୍କ ସପକ୍ଷରେ ଅନୁକମ୍ପା ଯିବାର ଧାରଣା ହିଁ ତାଙ୍କୁ ଆଜି ଶକ୍ତିଶାଳୀ କରିଛି । ଠିକ ଯେମିତି ୧୯୯୧ରେ ହୋଇଥିଲା । ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ, ଯାହା ସେ ନିର୍ବାଚନରେ ‘ଅନୁକମ୍ପା’ର ଏକ ନିର୍ଣ୍ଣାୟକ ଭୂମିକା ଥିବାର ପ୍ରମାଣ ଦିଏ। ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ଜନତା ଦଳ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ରାଜନୀତିର ଧାର ଧରିନଥିବା ରୀତା ସାହୁଙ୍କୁ ନବୀନ ଆଗକୁ ଆଣି ବିଜେପୁରରେ ବିଜେଡିର ପଲ୍ଲାକୁ ମଜଭୁତ କରିଛନ୍ତି ।ତେବେ ଅଶୋକ କିନ୍ତୁ ନିଜ ସାଂଗଠନିକ ଦକ୍ଷତା ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଯାହା ତାଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ସଦୃଶ । ଏହି ବିଜେପୁର ନିର୍ବାଚନ ଜିଣି କଂଗ୍ରେସ ଗଡରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛନ୍ତି ଅଶୋକ ।

ଅଶୋକଙ୍କ ରାଜନୈତିକ କ୍ୟାରିୟର:
୧୯୯୫ ମସିହାରେ ବିଜେପୁର ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଅଶୋକ । ଏହି ନିର୍ବାଚନରେ ଅଶୋକ ପରାଜିତ ହୋଇଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା ଅନ୍ୟ ମାନଙ୍କୁ ଆଶ୍ଚଯ୍ୟ କରିଥିଲା । କଂଗ୍ରେସର ରିପୁନାଥ ସେଠ ବିଜୟୀ ହୋଇଥିଲେ ସୁଦ୍ଧା ତାଙ୍କୁ କଡା ଟକ୍କର ଦେଇଥିଲେ ଅଶୋକ । ୪୦ ହଜାର ୮୧୩ ଖଣ୍ଡ ଭୋଟ ପାଇ ରିପୁନାଥ ବିଜୟୀ ହୋଇଥିବା ବେଳେ ଅଶୋକ ପାଇଥିଲେ ୩୨ ହଜାର ୧୪୮ ଖଣ୍ଡ ଭୋଟ । ମାତ୍ର ୮ ହଜାର ୬୬୫ ଖଣ୍ଡ ଭୋଟରେ ହାରିଥିଲେ ଅଶୋକ ।

bijepurତେବେ ବିଜେପୁର ବାସୀ ୨୦୦୦ ମସିହାରେ ଅଶୋକଙ୍କୁ ନିରାଶ କରିନଥିଲେ । ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଶୋକ ପାଣିଗ୍ରାହୀ । ରାଜ୍ୟରେ ବିଜେଡି-ବିଜେପି ମେଂଟ ନିର୍ବାଚନ ଲଢୁଥିବା ବେଳେ ବିଜେଡି ଭାଗରେ ପଡିଥିଲା ବିଜେପୁର ଆସନ । ଅଶୋକ ପାଣିଗ୍ରାହୀ ପାଇଥିଲେ ୫୭ ହଜାର ୨୯୮ ଭୋଟ । ଯାହା ଥିଲା ମୋଟ ଭୋଟର ୫୩.୯୯ ପ୍ରତିଶତ । ୨ ହଜାର ମସିହାରେ ବିଜେପୁର ମୈଦାନରେ ଥିଲେ ୫ ଜଣ ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ୪୪ ହଜାର ୨୦୨ ଭୋଟ ପାଇଥିବା ବେଳେ ୧୩ ହଜାର ୯୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ଯାହା ଥିଲା ମୋଟ ଭୋଟର ୧୨.୩୪ ପ୍ରତିଶତ ।

୨୦୦୪ରେ ଅଶୋକ ପାଣିଗ୍ରାହୀ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ନିକଟରୁ ପରାସ୍ତ ହୋଇଥିବା ବେଳେ ୨୦୧୪ରେ ସ୍ୱାଧୀନ ଭାବେ ଲଢି ୧୮ ହଜାର ଭୋଟ ପାଇଥିଲେ ଅଶୋକ ପାଣିଗ୍ରାହୀ । ନିଜର ଏକ ସଂଗଠନ ରଖିଥିବା ଅଶୋକଙ୍କୁ ନେଇ ବିଜେପି ବଡ ରାଜନୈତିକ ଗୋଟିଚାଳନା କରିଛି । ପଂଚାୟତ ନିର୍ବାଚନରେ ଦଳ ବିଜେପୁର ନିର୍ବାଚନ ମଣ୍ଡଳୀରେ ପାଇଥିବା ଭୋଟ୍ ଓ ଅଶୋକଙ୍କ ସଂଗଠନକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାର ଲକ୍ଷ ରଖିଛି ।