ବଲିଉଡ୍ କିଙ୍ଗଖାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲା ଦୁବାଇ । ଦୁବାଇର ପ୍ରସିଦ୍ଧ ବ୍ରୁଜ୍ ଖଲିଫା ଟ୍ୱାୱାରରେ ଲେଖାଗଲା ‘ହ୍ୟାପି ବାର୍ଥଡ଼େ ଟୁ ଦ କିଙ୍ଗ୍ ଅଫ୍ ବଲିଉଡ୍’ ।
ଗତକାଲି ବଲିଉଡ୍ ବାଦଶାହା,କିଙ୍ଗଖାନ୍ , ବାଜିଗର୍ ନାମରେ ଖୁବ୍ ଖ୍ୟାତ ସୁପରଷ୍ଟାର ଶାହରୁଖ୍ ଖାନଙ୍କ ୫୪ ତମ ଜନ୍ମଦିନ ଥିଲା । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଏବଂ କୋ-ଷ୍ଟାରମାନେ ଶାହରୁଖଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଦୁବାଇର ବ୍ରୁଜ୍ ଖଲିଫାରେ ଶନିବାର ଟାୱାରରେ ଶାହରୁଖ୍ ଖାନ୍ ଙ୍କୁ ଶୁଭେଚ୍ଛା ଜଣ।।ଇବା ପାଇଁ ତାଙ୍କ ନାଁକୁ ଟ୍ରିବ୍ୟୁଟ୍ ଦିଆଯାଇଥିଲା । ଟାୱାରରେ ହ୍ୟାପି ବାର୍ଥଡ଼େ ଟୁ ଦ କିଙ୍ଗ୍ ଅଫ୍ ବଲିଉଡ୍ (ଜନ୍ମଦିନର ଶୁଭେଚ୍ଛା ବଲିଉଡର ରାଜା) ବୋଲି ଦେଖାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
Not just his fans everyone should be proud of this global icon.
This is fucking awesome to see your idol’s name on the BurjKhalifa.
PRIDE OF THE NATIONLONG LIVE SHAH RUKH KHAN pic.twitter.com/sSBJwepa0N
— ❤️ (@noturfriend007) November 2, 2019
ଦୁବାଇରେ ରହୁଥିବା କିଙ୍ଗ୍ ଖାନ୍ ଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ଉପହାର ହେବ କହିଲେ କିଛି କମ୍ ହେବନାହିଁ । ଶାହାରୁଖ୍ ଏହାର ଏକ ଭିଡିଓ ଏବେ ଟ୍ୱିଟରରେ ସେୟାର୍ କରିଛନ୍ତି । ଯେଉଁଥିରେ ବ୍ରୁଜ୍ ଖଲିଫା ଟ୍ୱାୱାରରେ ତାଙ୍କ ନାଁ ଲେଖାଯିବା ସହ ଦୁବାଇରେ ରହୁଥିବା ତାଙ୍କ ପ୍ରଂଶସକ ତାଙ୍କ ସୁପରଡୁପର୍ ସିନେମା “ଓମ୍ ଶାନ୍ତିି ଓମ୍” ର ବ୍ୟକରାଉଣ୍ଡ ମ୍ୟୁଜିକକୁ ବଜାଇ ଏକ ଫାଉଣ୍ଟେନ୍ ଶୋ’ କରିଥିଲେ ।