କନକ ବ୍ୟୁରୋ: ପଞ୍ଚଭୂତରେ ବିଲୀନ ହେଲେ ଅରୁଣ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅରୁଣଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀର ନିଗମବୋଧ ଘାଟରେ ଅରୁଣଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁଅ ରୋହନ ଜେଟଲି ମୁଖାଗ୍ନି ଦେବା ସହ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅରୁଣ ।
ଅନ୍ତିମ ସଂସ୍କାର ପୂର୍ବରୁ ଆଜି ସକାଳ ୧୦ଟାରେ ଅରୁଣଙ୍କ ମରଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଦଳୀୟ ନେତା ଓ କର୍ମୀ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କ ମରଶରୀରକୁ ନିଗମବୋଧ ଘାଟକୁ ଅଣାଯାଇଥିଲା । ଅରୁଣଙ୍କ ଶେଷକୃତ୍ୟରେ ଅମିତ ଶାହା, ରାଜନାଇଥ ସିଂ, ସ୍ମୃତି ଇରାନୀ, ଜିତେନ୍ଦ୍ର ସିଂ, ଜେପି ନଡ୍ଡାଙ୍କ ଭଳି ପ୍ରମୁଖ ନେତା ସାମିଲ ହୋଇଥିଲେ । ଏହାଛଡା ଅନେକ ସିନେ କଳାକାର,ବାବା ରାମଦେବ ଓ କିଛି ପୂର୍ବତନ କ୍ରିକେଟର ମଧ୍ୟ ଜେଟଲିଙ୍କ ଶେଷକୃତ୍ୟ ସମୟରେ ନିଗମବୋଧ ଘାଟରେ ଉପସ୍ଥିତି ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/Screen-Shot-2019-08-25-at-3.33.50-PM.png)