କନକ ବ୍ୟୁରୋ : ଏବେ ଶେଷ ହେବନି ଧୋନିଙ୍କ କ୍ରିକେଟ କ୍ୟାରିୟର । ଆଉ କିଛି ବର୍ଷ କ୍ରିକେଟ ଖେଳିପାରନ୍ତି ଧୋନି । ଖୁବଶୀଘ୍ର ଧୋନି କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ ।
ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ କହିଛନ୍ତି, ଏବେ କ୍ରିକେଟରୁ ଅବସର ନେବା ନେଇ ଧୋନି ସେଭଳି କୌଣସି ନିଷ୍ପତି ନେଇନାହାନ୍ତି । ଆଉ ଅରୁଣଙ୍କ ଏହି ବୟାନ ଧୋନୀ ଫ୍ୟାନଙ୍କୁ ବେଶ ଖୁସି କରିଛି । କାରଣ ବିଶ୍ୱକପରେ ଧୋନିଙ୍କ ଧୀମା ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଥିଲେ କିଛି ପୂର୍ବତନ କ୍ରିକେଟର । ଏପରିକି ଧୋନି ଅବସର ନେଇଯିବା ଆବଶ୍ୟକ ବୋଲି କିଛି କ୍ରିକେଟର ମତ ରଖିଥିଲେ ।
ଏସବୁ ଭିତରେ ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଟିମ୍ ଘୋଷଣା ପୂର୍ବରୁ ଧୋନି କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଧୋନିଙ୍କୁ ଟିମରେ ସାମିଲ କରାଯିବ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଭଳି ଚର୍ଚ୍ଚା ମଧ୍ୟରେ ଅରୁଣଙ୍କ ବୟାନ ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/31cdf9332f758103d84d71a0310dc11e.jpg)