ଦୋଷ ସ୍ୱୀକାର କଲେ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ : ସ୍ପେଶାଲ ସିବିଆଇ କୋର୍ଟରେ କହିଲେ ଆମେ କରିଛୁ ଠକେଇ

0

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇ ମାମଲାରେ ନିଜର ଦୋଷ ସ୍ୱୀକାର କରିଛନ୍ତି ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟତମ ନିର୍ଦ୍ଦେଶକ ମାନୋଜ ପଟ୍ଟନାୟକ । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି ପ୍ରଦୀପ ସେଠୀ । ଏହା ସହ ଉଭୟଙ୍କ ନାଁରେ ଚାର୍ଜ ଫ୍ରେମ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆସନ୍ତା କାଲି ପ୍ରଦୀପ ସେଠୀ ଓ ମନୋଜ ପଟ୍ଟନାୟକଙ୍କ ବିରୋଧରେ ଦଣ୍ଡ ଶୁଣାଣି କରିବେ କୋର୍ଟ । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରି ୨୦୧୩ ମସିହାରୁ ଜେଲରେ ଅଛନ୍ତି । ୨୦୧୦ ମସିହାରେ ପ୍ରଦୀପ ଓ ତାଙ୍କ ସହଯୋଗୀ କୋପରେଟିଭ ସୋସାଇଟି ତିଆରି କରି ଭୁନେଶ୍ୱର, ବାଲେଶ୍ୱର ସମତେ ବିଭିନ୍ନ ସ୍ଥାନରେ ବ୍ରାଂଚ ଖୋଲି ଲୋକଙ୍କ ଟଙ୍କାକୁ ଆତ୍ମସାତ କରିଥିଲେ । ।

Comments are closed.