କନକ ବ୍ୟୁରୋ : ଚିଟଫଣ୍ଡ ଠକେଇ ମାମଲାରେ ନିଜର ଦୋଷ ସ୍ୱୀକାର କରିଛନ୍ତି ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟତମ ନିର୍ଦ୍ଦେଶକ ମାନୋଜ ପଟ୍ଟନାୟକ । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି ପ୍ରଦୀପ ସେଠୀ । ଏହା ସହ ଉଭୟଙ୍କ ନାଁରେ ଚାର୍ଜ ଫ୍ରେମ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଆସନ୍ତା କାଲି ପ୍ରଦୀପ ସେଠୀ ଓ ମନୋଜ ପଟ୍ଟନାୟକଙ୍କ ବିରୋଧରେ ଦଣ୍ଡ ଶୁଣାଣି କରିବେ କୋର୍ଟ । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରି ୨୦୧୩ ମସିହାରୁ ଜେଲରେ ଅଛନ୍ତି । ୨୦୧୦ ମସିହାରେ ପ୍ରଦୀପ ଓ ତାଙ୍କ ସହଯୋଗୀ କୋପରେଟିଭ ସୋସାଇଟି ତିଆରି କରି ଭୁନେଶ୍ୱର, ବାଲେଶ୍ୱର ସମତେ ବିଭିନ୍ନ ସ୍ଥାନରେ ବ୍ରାଂଚ ଖୋଲି ଲୋକଙ୍କ ଟଙ୍କାକୁ ଆତ୍ମସାତ କରିଥିଲେ । ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-05-at-9.11.04-PM.png)