ନ୍ୟୁଜିଲାଣ୍ଡ ମସଜିଦରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣ ଭାରତୀୟଙ୍କ ମିଳୁ ନାହିଁ ପତା ! ୨ ଭାରତୀୟ ବଂଶୋଦ୍ଭବ ଆହତ ଥିବା ସୂଚନା , ୪୯ ମୃତ ।

95

ମ୍ୟାଚ୍ ଅନସଟନ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଗତକାଲି ଗୁଳିମାଡ଼ ହୋଇଥିବା ବେଳେ ଏହି ଘଟଣାରେ ୯ ଜଣ ଭାରତୀୟ ନିଖୋଜ ଅଛନ୍ତି। ନ୍ୟୁଜିଲାଣ୍ଡରେ ଭାରତର ଉଚ୍ଚାଯୁକ୍ତ ସଂଜୀବ କୋହଲୀ ଟ୍ୱିଟ୍ କରି ୯ ଜଣ ଭାରତୀୟଙ୍କ ନିଖୋଜ ହେବା ପ୍ରକାଣ କରିଛନ୍ତି । ଫାୟାରିଙ୍ଗ୍ ରେ ୪୯ ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ଉପରେ ଅଭିଯୋଗ ଲାଗିଥିବା ବେଳେ ଆଉ ତିନି ଜଣ ସନ୍ଦିଗ୍ଧଙ୍କୁ ପୋଲିସ୍ ଗିରଫ କରିଛି ।

ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ଏହି ଘଟଣାରେ ଅନେକ ଗୁରୁତର ଆହତ ହେବାର ଖବର ମଧ୍ୟ ଆସୁଛି । କୁହାଯାଉଛି କି ଆକ୍ରମଣକାରୀ କଳା କପଡା ପିନ୍ଧିବା ସହ ହେଲମେଟ୍ ପିନ୍ଧି ମସଜିଦ୍ ଭିତରକୁ ପସିଥିଲା । ନ୍ୟୁଜିଲାଣ୍ଡ ପୋଲିସ୍ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରିରହିଛନ୍ତି ।

Comments are closed.