ଜମ୍ମୁ-କାଶ୍ମୀରରେ ପଥରଫିଙ୍ଗାଳି ଯୁବକଙ୍କ ବାପା ମା’ଙ୍କୁ ସେନାର ଚେତାବନୀ । ନିଜ ପିଲାକୁ ପଥର ଫିଙ୍ଗିବାରୁ ବାରଣ କରନ୍ତୁ ନହେଲେ…
କାଶ୍ମୀର ମା’ ମାନଙ୍କୁ ସେନାର କଡା ଚେତାବନୀ । ନିଜର ଫଥରଫିଙ୍ଗାଳୀ ପୁଅଙ୍କୁ ବୁଝାଇ ଭଲ ବାଟକୁ ଆଣିବାକୁ ଚେତାଇ ଦେଇଛି ସେନା । କାରଣ ଅଧିକାଂଶ ଫଥର ପିଙ୍ଗାଳି ଯୁବକ ମାନେ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେଉଥିବାର ନଜିର ରହିଛି । ଯେଉଁମାନଙ୍କୁ ଅକାଳରେ ସେନା ହାତରେ ପ୍ରାଣ ହରାଇବାକୁ ପଡୁଛି । ପ୍ରାୟ ୮୩ ପ୍ରତିଶତ ଆତଙ୍କବାଦୀଙ୍କ ଅପରାଧ ଇତିହାସ ହେଉଛି ଏମାନେ ପୂର୍ବରୁ ସେନାର ଯବାନଙ୍କ ଉପରକୁ ପଥର ପିଙ୍ଗିଥିବାର ନଜିର ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଯୁବକ ମାନେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେବା ପୂର୍ବରୁ ସେମାନଙ୍କ ମା’ ମାନଙ୍କୁ ଚେତାବନୀ ଦେଇଛି ସେନା । ଏପରିକି ଗତ ଏକ ବର୍ଷ ମଧ୍ୟରେ କେତେ ଆତଙ୍କବାଦୀ ମରିଛନ୍ତି ତାହାର ହିସାବ ନିକାଶ ଦେଇଛି ସେନା । ତେଣୁ ମା’ ବାପା ମାନେ ନିଜ ପିଲାଙ୍କୁ ସେନା ଉପରକୁ ପଥର ଫିଙ୍ଗିବାରୁ ବାରଣ କରନ୍ତୁ । ନଚେତ ସେନା ବିରୋଧରେ ବନ୍ଧୁକ ଧରିବାର କିଛି ଦିନ ମଧ୍ୟରେ ନିପାତ କରିବା ନେଇ ଚେତାବନୀ ଦେଇଛି ସେନା ।
କାଶ୍ମୀରରେ ଆତଙ୍କ ସୃଷ୍ଟି କରିବାକୁ ପାକିସ୍ତାନ ବାରମ୍ବାର ପ୍ରୟାସ କରୁଛି । କିନ୍ତୁ ସୁରକ୍ଷାକର୍ମୀ ମାନେ ଆତଙ୍କବାଦୀଙ୍କ ଏହି ପ୍ରୟାସକୁ ବିଫଳ କରିଚାଲିଛନ୍ତି । ତେବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ଅମରନାଥ ଯାତ୍ରୀ ରହିଛନ୍ତି । ତେଣୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଏହାଛଡା କାଶ୍ମୀରର ସୁରକ୍ଷା ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଯାହା ଏବେ ଆତଙ୍କବାଦୀଙ୍କ ନିଦ ହଜାଇ ଦେଇଛି ।