ପୁଣିଥରେ ହେବ ସର୍ଜିକାଲ ଷ୍ଟ୍ରାଇକ ! ଆତଙ୍କବାଦୀଙ୍କୁ ସେନାମୁଖ୍ୟଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ସୀମାପାର କରୁଥିବା ଆତଙ୍କବାଦୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଅଢେଇ ଫୁଟର ଗାତ

48

କନକ ବ୍ୟୁରୋ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ମିଛ ତଥ୍ୟର କଡା ଜବାବ ଦେଇଛି ଭାରତ । ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ କନିଷ୍ଠ କୂଟନୈତଜ୍ଞ ପାଉଲୋମୀ ତ୍ରିପାଠୀ ପାକିସ୍ତାନର ପୋଲ ଖୋଲି ଦେଇଛନ୍ତି । ସେ କାଶ୍ମୀରରେ ମୃତ୍ୟୁ ବରଣ କରିଥିବା ଉମର ଫୈୟାଜର ଫଟୋ ଦେଖାଇଛନ୍ତି । ଏହା ସହ ପାକିସ୍ତାନର ଅସଲ ଚେହେରା ବିଶ୍ୱ ସମୁଦାୟ ଆଗରେ ସ୍ପଷ୍ଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଉତର ଦେବା ଅବସରରେ ୨୦୦୭ ବ୍ୟାଚର ଅଫିସର ପାଉଲୋମୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ମାନେ ଅତି ନୃଶଂସ ଭାବେ ଉମର ଫୈୟାଜକୁ ହତ୍ୟା କରିଥିବା କହିଛନ୍ତି । ଏହା ସହ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ନିଜ ଦେଶର ଦୋଷ ଲୁଚାଇବାକୁ ଭୁଲ ତଥ୍ୟ ଉପସ୍ଥାପନ କରିଥିବା କହିଛନ୍ତି ଏହି ଭାରତୀୟ ଡିପ୍ଲୋମାଟ୍ । ପାକିସ୍ତାନ ଭୁଲ ଫଟୋ ଓ କାହାଣୀ କହିଥିବା ପାଉଲୋମୀ ପ୍ରମାଣ ଦେଖାଇଛନ୍ତି ।

India's Minister of External Affairs Sushma Swaraj addresses the United Nations General Assembly in New Yorkପାଉଲୋମୀଙ୍କ ପୂର୍ବରୁ ଜାତିସଂଘରେ ପାକିସ୍ତାନର ଧୂଲାଇ କରିଥିଲେ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଥିଲେ ସୁଷମା । ପାକିସ୍ତାନକୁ ଟେରୋରିସ୍ତାନ ଆଖ୍ୟା ଦେବା ସହ କଡା ଭତ୍ସନା କରିଥିଲେ । ଭାରତ ଦାରିଦ୍ର୍ୟତା ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନ, ଭାରତ ବିରୋଧରେ ଲଢ଼ୁଛି ବୋଲି କହିଛନ୍ତି ସୁଷମା। ଭାରତ-ପାକିସ୍ତାନ, ଗୋଟିଏ ସମୟରେ ସ୍ୱାଧିନତା ହାସଲ କରିଥିଲେ । ହେଲେ ଭାରତର ପରିଚୟ କଣ ଏବଂ ପାକିସ୍ତାନର ପରିଚୟ କଣ, ତାହା ପାକିସ୍ତାନ ଚିନ୍ତା କରିବା କଥା ବୋଲି କହିଛନ୍ତି ସୁଷମା ସ୍ୱରାଜ । ଭାରତ, ସାରା ବିଶ୍ୱରେ ଆଇଟି ହବ୍ ଭାବରେ ପରିଚିତ । ହେଲେ ପାକିସ୍ତାନ ଆତଙ୍କବାଦୀ ସୃଷ୍ଟି କରୁଥିବା ରାଷ୍ଟ୍ର ଭାବରେ ନିନ୍ଦିତ ବୋଲି କହିଛନ୍ତି ସୁଷମା

ଅନ୍ୟପକ୍ଷରେ ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ମାଟିରେ ଭାରତ କରିଥିବା ସର୍ଜିକାଲ ଷ୍ଟ୍ରାଇକର ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହାର ଜବାବ ଦେବାକୁ ପାକିସ୍ତାନ ପକ୍ଷରୁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଉଛି । ତେବେ ପାକିସ୍ତାନର ଚାଲକୁ ମାତ୍ ଦେବା ପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି ।
ପାକିସ୍ତାନରୁ ଆସୁଥିବା ଆତଙ୍କବାଦୀଙ୍କୁ ଖୋଲାଖୋଲି ଚାଲେଂଜ ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସେ କହିଛନ୍ତି, ସୀମା ଆରପଟେ ଆତଙ୍କବାଦୀ ମାନେ ପ୍ରସ୍ତୁତ ହୋଇ ବସିଛନ୍ତି ।

Surgical-strikes-1ଏପଟେ ଆମେ ମଧ୍ୟ ସେମାନଙ୍କ ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହା ସହ ସେ ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି, ସେମାନେ ଆସିଲେ ତାଙ୍କୁ ସ୍ୱାଗତ କରାଯିବ ଏବଂ ଅଢେଇ ଫୁଟ୍ ମାଟି ତଳକୁ ପଠାଇ ଦିଆଯିବ । କେବଳ ସେତିକି ନୁହେଁ ଜେନେରାଲ ରାୱତ ପାକିସ୍ତାନକୁ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକର ଚେତାବନୀ ମଧ୍ୟ ଦେଇଛନ୍ତି । ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଚେତାଇ ଦିଆଯାଇଛି, ସେତିକିରେ ନଚେତିଲେ ଆଉ ଥରେ ମଧ୍ୟ ପାକ୍ ମାଟିରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବ ବୋଲି ସେ କହିଛନ୍ତି । ଗତବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଭାରତୀୟ ସେନା ପାକିସ୍ତାନ ସୀମାରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କୁ ମାରିବା ସହ ବିଭିନ୍ନ ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିଥିଲେ ଭାରତର ସାହସୀ ଯବାନ । ସେବେଠାରୁ ଭାରତ ଉପରେ ବିଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ । କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସେନା ପାକିସ୍ତାନର ଏଭଳି ପ୍ରୟାସକୁ ବିଫଳ କରୁଛନ୍ତି ।