ହରିୟାଣାରେ ଆଉ ଏକ ନିର୍ଭୟା କାଣ୍ଡ । ୧୫ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

24

କନକ ବ୍ୟୁରୋ: ବର୍ବରତାର ସମସ୍ତ ସୀମା ଟପିଗଲେ ଦୁଷ୍କର୍ମକାରୀ । ଗଣଧର୍ଷଣ କରିବା ପରେ ନିର୍ମମ ଭାବେ ନାବାଳିକାକୁ ହତ୍ୟା । ଏବଂ ନାବାଳିକାର ମୃତ୍ୟୁ ପରେ ଶବ ସହ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ହରିୟାଣାର ପାନିପତରେ ଶନିବାର ରାତିରେ ଅଭିଯୁକ୍ତ ମାନେ ଜଣେ ୧୫ବର୍ଷୀୟ ନାବାଳିକା ସହ ଗଣ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ତାକୁ ହତ୍ୟା କରିଛନ୍ତି । ଏପରିକି ଦିଲ୍ଲୀର ନିର୍ଭୟା ପରି ଏହି ନାବାଳିକା ଉପରେ ମଧ୍ୟ ଅତ୍ୟାଚାର କରାଯାଇଛି । ଶରୀରରେ ୧୯ଟି କ୍ଷତ ଥିବା ବେଳେ ସମ୍ବେଦନଶୀଳ ଅଙ୍ଗରେ କିଛି ଶକ୍ତ ଜିନିଷ ଭର୍ତ୍ତି କରି ନିଜ ରାକ୍ଷସ ପଣିଆର ପରିଚୟ ଦେଇଛନ୍ତି ଦୁଷ୍କର୍ମକାରୀମାନେ । ଏପରି ଏକ ଲୋମଟାଙ୍କୁରା ଘଟଣା ପାନିପତର ମତଲୋଡା ଗାଁରେ ଘଟିଛି ।

ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଖାଲି ଏତିକିରେ ଏହି ରାକ୍ଷସଙ୍କ ମନ ଭରି ନଥିଲା ସେମାନେ ଏକ ଶକ୍ତ ଜିନିଷ ନାବାଳିକାର ସମ୍ବେଦନଶୀଳ ଅଙ୍ଗରେ ଭର୍ତ୍ତି କରିଥିଲେ । ଯାହାଦ୍ୱାରା ଉକ୍ତ ନାବାଳିକାର ଭିଭର ଫାଟିଯାଇଛି । ଏହାପରେ ସେମାନେ ତାକୁ ପାଣିରେ ବୁଡାଇ ମାରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଶବ ସହ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିଛନ୍ତି । ଏହାପରେ ଶବକୁ ନେଇ ଫୋପାଡି ଦେଇଛନ୍ତି ।

ଶରୀରରେ ବିଭିନ୍ନ କ୍ଷତି ଥିବା ଡାକ୍ତରୀ ପରୀକ୍ଷା ପରେ ଜଣାପଡିଛି । ଏପରିକି ମୁଣ୍ଡ, ମୁହଁ, ହାତ ଓ ଛାତିରେ ବି ଗଭୀର କ୍ଷତ ରହିଛି । ଅଭିଯୁକ୍ତକୁ ଧରିବା ପାଇଁ କୁରୁକ୍ଷେତ୍ର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ତଦନ୍ତ ଓ କ୍ଷତିପୂରଣ ଦାବିରେ ନାବାଳିକାର ଶବକୁ ପରିବାରଲୋକେ ନେବା ପାଇଁ ମନା କରିଦେଇଥିଲେ । ପରେ ତଦନ୍ତ ଓ କ୍ଷତିପୂରଣ ପ୍ରତିଶୃତି ମିଳିବା ପରେ ପରିବାରଲୋକେ ଶବକୁ ନେଇ ଶେଷକୃତ୍ୟ କରିଛନ୍ତି ।