କରୋନା କଟକଣା ଭିତରେ ବି ବଜ୍ରକାପ୍ତା ମାଫିଆ ସକ୍ରିୟ: ଚୌଦ୍ୱାର ବ୍ରିଜ ପାଖରୁ ୪ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ୨ ଗିରଫ, ୫ ଲକ୍ଷ ଟଙ୍କାରେ ହୋଇଥିଲା ମୂଲଚାଲ

698

କନକ ବ୍ୟୁରୋ: ୪କେଜି ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହା ସହ ଦୁଇ ଜଣଙ୍କୁ ଗିରଫ କରିଛି ଆଠଗଡ଼ ବନବିଭାଗ । ସୁଚନା ଅନୁସାରେ ଏହି ବଜ୍ରକାପ୍ତା ପାଇଁ ୫ଲକ୍ଷ ଟଙ୍କା ମୁଲଚାଲ ହୋଇଥିବା ଜଣାପଡ଼ିଛି । କଟକ ପହଂଚାଇ ଥିଲେ ଆନ୍ଧ୍ରପ୍ରଦେଶ ମାଫିଆ ହାତେ ହାତେ ଅଢେଇ ଲକ୍ଷ ଟଙ୍କା ଦୁର୍ବୃତଙ୍କୁ ଦେଇଥାଆନ୍ତେ । ଆଉ ବାକି ଟଙ୍କା ଚାଲାଣ ପରେ ମିଳିଥାଆନ୍ତା । ତେଣୁ ସ୍କୁଟିରେ ସମ୍ବଲପୁର ଜିଲ୍ଲାର ଶିଖରପୁରକୁ ଦେଢବର୍ଷର ଜୀବନ୍ତ ବଜ୍ରକାପ୍ତାକୁ ଆଣି ଆସୁଥିଲେ ଦୁବୃର୍ତ ।

କଟକରେ ପହଂଚିବା ପରେ ଆନ୍ଧ୍ର ଚାଲାଣ ହୋଇଥାଆନ୍ତା । ୪୦ ହଜାର ଟଙ୍କା ଦେଇ ଦୁର୍ବୃତ ମଧ୍ୟସ୍ଥିଙ୍କ ପାଖରୁ ବଜ୍ରକାପ୍ତାଟି ଆଣିଥିଲେ । କିନ୍ତୁ ଖବର ପାଇ ହଠାତ ବନବିଭାଗ ଚୌଦ୍ୱାର ନୂଆପାଟଣା ବ୍ରିଜ ପାଖରୁ ଦୁର୍ବୃତଙ୍କୁ କାବୁ କରିବା ସହ ୪କେଜି ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାଜକନିକାର ଚନ୍ଦ୍ରମଣି ଜେନା ଓ କଟକ ଶିଖରପୁରର ମନୋଜ ଦଳେଇଙ୍କୁ ଗିରଫ କରାଯାଇଛି । ପାଖାପାଖି ୧୨ରୁ ଅଧିକା ବଜ୍ରକାପ୍ତା ଏବେ ଚାଲାଣକାରୀଙ୍କ କବଜାରେ ଥିବା ସୁଚନା ମିଳିଛି ।